Thursday, June 19, 2025

୫ ଡିସେମ୍ବର ୨୦୨୩: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ ..

(ବିଛା ୧୯ ଦିନ ମାର୍ଗଶୀର ୮ ଦିନ, କୃଷ୍ଣପକ୍ଷ, ମଙ୍ଗଳବାର)

ମେଷ: ଅତୀତ ସ୍ମୃତି ତାଜା ହେବ। ଏକାଗ୍ରତାର ସହ କାମ କରିବାକୁ ଚେଷ୍ଟା କରିବେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ଘରକୁ ବନ୍ଧୁଙ୍କ ଆଗମନ ହେବ।

ବୃଷ: ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ବ୍ୟବସାୟରେ କୌଣସି ନୂଆ ଗୋଷ୍ଠୀ ସହିତ ଯୋଡ଼ିହେବା ପାଇଁ ବିଚାର କରିବେ।

ମିଥୁନ: କାନ୍ଧକୁ ନୂଆ ଦାୟିତ୍ବ ଆସିପାରେ। ସାମାଜିକ ପରିସର ବୃଦ୍ଧି ପାଇବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ରହିବ।

କର୍କଟ: କୌଣସି ମାମଲା ନେଇ ଆପଣ ଭାବପ୍ରବଣ ରହିବେ। ସହକର୍ମୀମାନେ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ବେପାରରେ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।‌

ସିଂହ: ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ। ନୂଆ ବେପାର ସମ୍ବନ୍ଧରେ ଯାତ୍ରା ଫଳପ୍ରଦ ହେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହେବ।

କନ୍ୟା: ଆପଣଙ୍କର ସବୁ ସମସ୍ୟା ଦୂର ହେବ। କିଛି ବିଶେଷ ସ୍ଥାନରେ ଆପଣଙ୍କର ପ୍ରଶଂସା ହେବ। କାର୍ଯ୍ୟକ୍ଷେତ୍ରରେ କରୁଥିବା ଚେଷ୍ଟାରେ ସଫଳ ହେବେ। ବିବାହିତଙ୍କ ସ୍ଥିତି ଭଲ ରହିବ।

ତୁଳା: ମନ ଭିତରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରରେ ରହିବେ। ଜୀବନରେ ଲାଭର ଅବସର ପାଇବେ। ପାରିବାରିକ ଜୀବନକୁ ଖୁସି ଆସିବ।

ବିଛା: ଯେକୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ପରିଶ୍ରମର ପୂରା ଫଳ ଆପଣଙ୍କୁ ମିଳିନପାରେ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ।

ଧନୁ: ନିଜ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। କ୍ୟାରିୟରର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ପ୍ରଗାଢ଼ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ମକର: ନିଜର ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ପଇସା ଦିଆ-ନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ସୁଖ ସମୃଦ୍ଧି ବଢ଼ିବ।

କୁମ୍ଭ: ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ଘର କାମରେ ବ୍ୟସ୍ତ ରହିବା ଯୋଗୁଁ ଅଫିସ ଯିବାରେ ବିଳମ୍ବ ହେବ। ସଙ୍ଗୀତ କ୍ଷେତ୍ରରେ ସକ୍ରିୟ ଲୋକେ ଭଲ ପ୍ରଦର୍ଶନ କରିବେ।

ମୀନ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ନିଜ ଜିନିଷ କେଉଁଠି ରଖିଦେଇ ପାସୋରି ଯାଇପାରନ୍ତି। ବେପାରରେ ଲାଭ ମିଳିବାର ସମ୍ଭାବନା ଅଛି। ଜୀବନସାଥୀଙ୍କୁ ଉପହାର ଦେବେ।
◆ ଘାତବାର- ମକର ରାଶି ବ୍ୟକ୍ତିଙ୍କ ପାଇଁ
◆ ଘାତଚନ୍ଦ୍ର- କର୍କଟ, ମକର ରାଶି ବ୍ୟକ୍ତିଙ୍କ ପାଇଁ
◆ ବର୍ଜନୀୟ ଖାଦ୍ଯ- ନଡ଼ିଆ, ଲାଉ, ଆମିଷାଦି ଖାଦ୍ୟ।

ଜ୍ୟୋତିର୍ବିଦ ଆଚାର୍ଯ୍ୟ ସଦାଶିବ ମିଶ୍ର
ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର, ପଞ୍ଚବଟୀ ଆଶ୍ରମ
ହରିଡାମଡା, ମେଣ୍ଢାଶାଳ
ଖୋର୍ଦ୍ଧା ପିନ୍-୭୫୨୦୫୪
ମୋ:ନଂ- ୯୪୩୭୦୪୪୯୪୯

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles