Thursday, June 19, 2025

୬ ଡିସେମ୍ବର, ୨୦୨୩ ବୁଧବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

(ବିଚ୍ଛା ୨୦ ଦିନ, ମାର୍ଗଶୀର ୯ ଦିନ କୃଷ୍ଣପକ୍ଷ)
ଆପଣଙ୍କର ସବୁ କାମ ସହଜରେ ପୂରା ହେବ। ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବ। ଆପଣଙ୍କ ବ୍ୟବହାରରେ ଜୀବନସାଥୀ ପ୍ରସନ୍ନ ରହିବେ।

କୌଣସି ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଆପଣଙ୍କୁ ଆର୍ଥିକ ମାମଲାରେ ଲାଭ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ।

ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ନିଜର ବ୍ୟବହାରକୁ ମାର୍ଜିତ କରିବା ଲାଗି ଚେଷ୍ଟା କରିବେ। କାର୍ଯ୍ୟ ପୂରା କରିବାରେ ପରିବାର ଲୋକଙ୍କ ସାହାଯ୍ୟ ମିଳିବ। ଶତ୍ରୁମାନେ କ୍ଷତି କରିବାରେ ବିଫଳ ହେବେ।

ଦୀର୍ଘ ଦିନର ସ୍ବପ୍ନ ସାକାର ହେବ। ଖର୍ଚ୍ଚ ନିୟନ୍ତ୍ରଣ କରିବା ଲାଗି ଯୋଜନା କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଠିକ୍ ରହିବ।

କୋର୍ଟ କଚେରି ମାମଲାରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବୟୋଜ୍ୟେଷ୍ଠଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେ‌ବ। କମ୍ ପରିଶ୍ରମରେ ଲାଭର ଅବସର ପାଇବେ।

ପରିଶ୍ରମ ବଳରେ କାମରେ ସଫଳତା ପାଇବେ। କୌଣସି ବାଦ ବିବାଦରେ ପଶନ୍ତୁ ନାହିଁ। ଶିକ୍ଷକଙ୍କ ଲାଗି ଦିନଟି ଲାଭଦାୟକ ରହିବ। ସୁସମ୍ବାଦ ପାଇବେ।

ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବେ। ଅଫିସରେ କାମ ପୂରା କରିବା ଲାଗି ଆଶାଠୁଁ ଅଧିକ ପରିଶ୍ରମ କରିବେ।

କାମ ପୂରା କରିବା ଲାଗି ବଡ଼ଙ୍କର ସାହାଯ୍ୟ ପାଇବେ। ବନ୍ଧୁଙ୍କ ପରାମର୍ଶ ବହୁତ କାମରେ ଆସିବ। କାରବାରରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ।

ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ବଳକା କାମ ପୂରା କରିପାରିବେ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ।

କାରବାରକୁ ନେଇ ଆପଣଙ୍କର ଦାୟିତ୍ବ ବଢ଼ିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। କୌଣସି ଧାର୍ମିକ ଆୟୋଜନ‌ରେ ଅଂଶ ଗ୍ରହଣ କରିପାରନ୍ତି।

◆ ଘାତବାର- କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ
◆ ଘାତଚନ୍ଦ୍ର- କର୍କଟ, ମକର ରାଶି ବ୍ୟକ୍ତିଙ୍କ ପାଇଁ, ଘ୧୦.୨୧ମି ପରେ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ
◆ବର୍ଜନୀୟ ଖାଦ୍ଯ- ଲାଉ, କଳମ ଶାଗ
____________________________
ଜ୍ୟୋତିର୍ବିଦ୍ ଆଚାର୍ଯ୍ଯ ସଦାଶିବ ମିଶ୍ର
ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର, ପଞ୍ଚବଟୀ ଆଶ୍ରମ
ହରିଡାମଡା,ମେଣ୍ଢାଶାଳ, ଖୋର୍ଦ୍ଧା-୭୫୨୦୫୪
ମୋ:ନଂ-୯୪୩୭୦୪୪୯୪୯

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles