Thursday, June 19, 2025

୨୪ ଦଫା ଦାବୀ ନେଇ ନିରାକାରପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

ଭୁବନେଶ୍ୱର: ୨୪ ଦଫା ଦାବୀ ନେଇ ଗତ ୧୫ ତାରିଖରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଆରମ୍ଭ ହୋଇଛି ଆମରଣ ଅନଶନ। ବିଜେଡି ଯୁବନେତା ଶୁଭମ ଦାସଙ୍କ ନେତୃତ୍ୱରେ ଅଭିଭକ୍ତ ନିରାକାରପୁର, ଅର୍ଥାତ୍ ନିରାକାରପୁର ସମେତ ରାମେଶ୍ୱର, ଲେଣ୍ଡୁ ଏବଂ କାଶୀପୁର ଗ୍ରାମ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ବରିଷ୍ଠ ନାଗରିକ, ମହିଳା, ଯୁବ ଏବଂ ଛାତ୍ର ମାନଙ୍କୁ ନେଇ ଏହି ଆମରଣ ଅନଶନ ଆରମ୍ଭ ହୋଇଛି।

ନରେନ୍ଦ୍ରପୁର ସାହିକୁ ରାଜସ୍ୱ ଗ୍ରାମ୍ୟ ମାନ୍ୟତା ପ୍ରଦାନ, ନିରାକାପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ସହ ୨୪ ଘଣ୍ଟା ସ୍ୱାସ୍ଥ୍ୟ ସେବା ପ୍ରଦାନ, ଦମକଳ କେନ୍ଦ୍ର ପ୍ରତିଷ୍ଠା, ଭୂମିହୀନଙ୍କୁ ସ୍ଥାୟୀ ପଟା ପ୍ରଦାନ, ନିରାକାରପୁର କଲେଜ ମିନି ଷ୍ଟାଡିୟମ ନିର୍ମାଣ ଏବଂ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ଆଦି ୨୪ ଦଫା ଦାବୀ ନେଇ ଏହି ଆମରଣ ଅନଶନ ଆରମ୍ଭ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles