Wednesday, June 18, 2025

କାର୍ଡରୁ ପେମେଣ୍ଟ କଲେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟରେ ଲାଗିପାରେ ଜିଏସ୍‌ଟି

ନୂଆଦିଲ୍ଲୀ: ଏଣିକି ଡେବିଟ୍ କାର୍ଡ କିମ୍ବା କ୍ରେଡିଟ କାର୍ଡରେ ପେମେଣ୍ଟ କରିବା ମହଙ୍ଗା ପଡ଼ିପାରେ। ୨ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗିପାରେ। ସୋମବାର ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇପାରେ। ସୂଚନା ଅନୁଯାୟୀ ସରକାର ଏହି ବୈଠକରେ ବିଲ୍‌ଡେସ୍କ ଏବଂ ସିବିଆଭେନ୍ୟୁ ଭଳି ପେମେମ୍ଟ ଏଗ୍ରିଗେଟର କମ୍ପାନୀଙ୍କ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲଗାଇବା ପ୍ରସ୍ତାବ ଉପରେ ଚର୍ଚ୍ଚା କରିପାରନ୍ତି। ଯଦି ଏପରି ହୁଏ ତେବେ ଡେଟିବ ଏବଂ କ୍ରେଡିଟ କାର୍ଡରୁ ୨୦୦୦ ଟଙ୍କାରୁ କମ୍ ପେମେଣ୍ଟ ଉପରେ ଜିଏସ୍‌ଟି ଦେବାକୁ ପଡ଼ିବ। ବିଲ୍‌ଡେସ୍କ ଏବଂ ସିସିଆଭେନ୍ୟୁ ଭଳି ବଡ଼ ପେମେଣ୍ଟ ଅଗ୍ରିଗେଟର୍ସଙ୍କୁ ଜିଏସ୍‌ଟି ଅଧିକାରୀଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ରିପୋର୍ଟ ଅନୁଯାୟୀ ୨୦୦୦ରୁ କମ୍‌ ଟଙ୍କାର ଡିଜିଟାଲ ଟ୍ରାଞ୍ଜାକ୍ସନ ପ୍ରକ୍ରିୟା ଲାଗି ବ୍ୟବସାୟୀଙ୍କଠାରୁ ନିଆଯାଇଥିବା ଶୁଳ୍କ ଉପରେ ଜିଏସ୍‌ଟି ଲଗାଇବାକୁ ଦାବି ହୋଇଛି। ସୂଚନାଯୋଗ୍ୟ ଯେ ଭାରତର ମୋଟ ଡିଜିଟାଲ ପେମେଣ୍ଟରୁ ୮୦ ପ୍ରତିଶତରୁ ଅଧିକ କାରବାର ୨ ହଜାର ଟଙ୍କାରୁ କମ୍‌ ରାଶିର ହୋଇଥାଏ। ୨୦୧୬ରେ ବିମୁଦ୍ରୀକରଣ ପରେ ସରକାର ଏକ ବିଜ୍ଞପ୍ତି ଜାରି କରି ପେମେମ୍ଟ ଏଗ୍ରିଗେଟର୍ସମାନେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଦେଉଥିବା ସେବାର ଟିକସ ଉପରେ କଟକଣା ଲଗାଇ ଦେଇଥିଲେ। ଯଦି ଜିଏସ୍‌ଟି ପରିଷଦରେ ଏହା ଉପରେ ଟିକସ ଲଗାଇବାକୁ ନିଷ୍ପତ୍ତି ନିଆଯାଏ ତେବେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ଉପରେ ଏହା ଗୁରୁତର ପ୍ରଭାବ ପଡ଼ିବ। ଏବେ ପେମେଣ୍ଟ ଅଗ୍ରିଗେଟର୍ସମାନେ ବ୍ୟବସାୟୀଙ୍କଠାରୁ ପ୍ରତି କାରବାର ପିଛା ୦.୫ ପ୍ରତିଶତରୁ ୨ ପ୍ରତିଶତ ପର୍ଯ୍ୟନ୍ତ ଦେୟ ନେଉଛନ୍ତି। ଏଭଳି ସ୍ଥିତିରେ ଜିଏସ୍‌ଟି ଲାଗିଲେ ବ୍ୟବସାୟୀ ଏବଂ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ତେବେ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରୁଥିବା ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles