Wednesday, June 18, 2025

IIFA- ୨୦୨୪ ଆୱାର୍ଡ: ଶାହାରୁଖ ଶ୍ରେଷ୍ଠ ଅଭିନେତା, ରାଣୀ ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ/ଆବୁଧାବି: ଦୁବାଇର ଆବୁଧାବିରେ ଅନୁଷ୍ଠିତ ହୋଇଛି ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମି IIFA ଆୱାର୍ଡ। ବିଦେଶ ମାଟିରେ ଭାରତୀୟ କଳାକାର ମାନେ ଝଲସି ଉଠିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିଠାରୁ ଆରମ୍ଭ କରି ଦକ୍ଷିଣ ସିନେମା ପର୍ଯ୍ୟନ୍ତ, ପ୍ରାୟ ସମସ୍ତ ବଡ଼ ତାରକା ସେଠାରେ ନଜର ଆସିଛନ୍ତି। ଏହି ଆୱାର୍ଡ କାର୍ଯ୍ୟକ୍ରମରେ ବହୁ ବଡ଼ ବଡ଼ ତାରକା ପରଫମାନ୍ସ କରିଥିବା ବେଳେ ଅନ୍ୟ ଅନେକ ତାରକା ବର୍ଷ ସାରା ଦେଇଥିବା ପରଫମାନ୍ସ ପାଇଁ ସମ୍ମାନିତ ହୋଇଛନ୍ତି। ଏହି ଅବସରରେ ଶାହାରୁଖ ଖାନ IIFA ଆୱାର୍ଡ ମଞ୍ଚରେ ବିକି କୋଶଲଙ୍କ ସହ ହୋଷ୍ଟ କରିଥିଲେ। ଏହାସହ ଶାହାରୁଖ ଖାନଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ ପୁରସ୍କାର ରାନୀ ମୁଖାର୍ଜୀଙ୍କୁ ଦିଆଯାଇଥିଲା। ଫିଲ୍ମ ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେରେ ଅଭିନୟ କରି ରାଣୀ ଏହି ସମ୍ମାନ ପାଇଛନ୍ତି। ଚଳିତ ବର୍ଷ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ରଣବୀର କପୁରଙ୍କ ଅଭିନୀତ ଆନିମଲକୁ ମିଳିଛି। ସେହିପରି ଭାରତୀୟ ସିନେମାରେ ଆଉଟଷ୍ଟାଡିଂ ଆଚିଭମେଣ୍ଟ ହେମା ମାଳିନୀଙ୍କୁ ମିଳିଛି। ଦକ୍ଷିଣରେ ସେଲିବ୍ରେଟମାନଙ୍କୁ ପୁରସ୍କାର ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ବର୍ଗରେ ବିଭକ୍ତ କରି ସମ୍ମାନିତ କରାଯାଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles