Wednesday, June 18, 2025

ପାକିସ୍ତାନର ୧୦୦ କିଲୋମିଟର ଭିତରକୁ ଯାଇ ଭାରତ ଇଟାର ଜବାବ୍ ପଥରରେ ଦେଇଛି ..

ନୂଆଦିଲ୍ଲୀ: ଭାରତ ପାକିସ୍ତାନର ୧୦୦ କିଲୋମିଟର ଭିତରକୁ ଯାଇ ଜବାବ ଦେଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନିଆଯାଇଛି। ଭାରତୀୟ ସେନା ଇଟାର ଜବାବ ପଥରରେ ଦେଇଛନ୍ତି। ଅମିତ ଶାହ କହିଥିଲେ ଆତଙ୍କବାଦୀ ମାନେ ପାକିସ୍ତାନରୁ ଆସି ଆମ ଲୋକଙ୍କୁ ଏବଂ ସେନାକୁ ହତ୍ୟା କରୁଥିଲେ ଏବଂ ତା’ପରେ ଚାଲି ଯାଉଥିଲେ। ଆମେ କିଛି କରିପାରୁ ନଥିଲୁ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରଠାରୁ ୩ଟି ବଡ଼ ଆକ୍ରମଣ ହୋଇଛି। ପ୍ରଥମଟି ଉରିରେ, ଦ୍ୱିତୀୟଟି ପୁଲୱାମାରେ ଏବଂ ତୃତୀୟଟି ପହଲଗାମରେ। ମୋଦି ପ୍ରତ୍ୟେକ ଆକ୍ରମଣର ଜବାବ ଏତେ ଶକ୍ତିଶାଳୀ ଭାବରେ ଦେଇଛନ୍ତି ଯେ, ଆଜି ସାରା ବିଶ୍ୱ ଆଶ୍ଚର୍ଯ୍ୟର ସହିତ ଦେଖୁଛି ଏବଂ ଆଜି ପାକିସ୍ତାନ ଭୟଭୀତ ଅଛି। ଉରି ଆକ୍ରମଣ ପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଏକ ପ୍ରତୀକାତ୍ମକ ଜବାବ ଦିଆଯାଇ ସତର୍କ କରାଯାଇଥିଲା। ଯେତେବେଳେ ପୁଲୱାମାରେ ଆକ୍ରମଣ ହୋଇଥିଲା, ସେତେବେଳେ ଏୟାରଷ୍ଟ୍ରାଇକ୍ କରି ଚେତାବନୀ ଦିଆଯାଇଥିଲା। କିନ୍ତୁ ସେମାନେ ସୁଧିରିଲେ ନାହିଁ। ପହଲଗାମ ଆକ୍ରମଣ କଲେ। ଏହାପରେ ଆତଙ୍କୀ ମୁଖ୍ୟାଳୟକୁ ଅପରେସନ ସିନ୍ଦୂର ଦ୍ୱାରା ଧ୍ୱଂସ କରାଯାଇଛି। ସାରା ବିଶ୍ୱର ପ୍ରତିରକ୍ଷା ବିଶେଷଜ୍ଞମାନେ ଅପରେସନ ସିନ୍ଦୂରର ବିଶ୍ଳେଷଣ ଆରମ୍ଭ କରନ୍ତି। ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ପହଲଗାମ ଆକ୍ରମଣର ପ୍ରତିଶୋଧ ଲସ୍କର ଏବଂ ଜୈଶର ମୁଖ୍ୟାଳୟକୁ ଧ୍ୱଂସ କରି ଦିଆଯାଇଛି। ଭାରତୀୟ ସଂସ୍କୃତି ଅନୁସାରେ ଭାରତ ଜବାବ ଦେଇଛି। ଲସ୍କର ଏବଂ ଜୈଶର ମୁଖ୍ୟାଳୟ ଉଡ଼ାଇ ଦିଆଯାଇଛି। ଭାରତୀୟ ସେନା ଦ୍ୱାରା ମୋଟ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଛି। ଭାରତ ପାକିସ୍ତାନ ସୀମାର ୧୦୦ କିଲୋମିଟର ଭିତରକୁ ଯାଇ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇଛି। ଅନେକ ଆନ୍ତର୍ଜାତୀୟ ଆତଙ୍କବାଦୀ ଘଟଣାର ମାଷ୍ଟରମାଇଣ୍ଡମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି ଯେ ଯଦି ଭାରତୀୟଙ୍କ ବିରୁଦ୍ଧରେ କୌଣସି ଆତଙ୍କବାଦୀ ଘଟଣା ଘଟେ, ତେବେ ଏହାର ଜବାବ ଦ୍ୱିଗୁଣିତ ଶକ୍ତି ସହିତ ଦିଆଯିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles