Thursday, June 19, 2025

ଇସ୍ରାଏଲର ଭୟଙ୍କର ଆକ୍ରମଣ: ହିଜବୁଲ୍ଲାର ୮୦୦ ଆଡ୍ଡା ଧ୍ୱଂସ – ୫୦୦ ମୃତ

ଜେରୁଜେଲମ୍: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହିଜ୍‌ବୁଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ କ୍ରମାଗତ ମିସାଇଲ ମାଡ କରିଛି। ଲେବାନନ୍‌ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ହିଜବୁଲ୍ଲାର ୮୦୦ ଆଡ୍ଡା ଧ୍ୱଂସ ହୋଇଥିବା ବେଳେ ପ୍ରାୟ ୫୦୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩୫ ଶିଶୁ ଓ ୫୮ ମହିଳା ଥିବା ସୂଚନା ରହିଛି। ଏହି ଆକ୍ରମଣରେ ପ୍ରାୟ ୨୦୦୦ ଲୋକେ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ପକ୍ଷରେ ସେପ୍ଟେମ୍ବର ୩୦ ଯାଏଁ ଇସ୍ରାଏଲରେ ଇମର୍ଜେନ୍ସି ଘୋଷିତ ହୋଇଛି। ତେବେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଲେବାନାନର ଲୋକଙ୍କ ସହ ତାଙ୍କର କୌଣସି ଶତ୍ରୁତା ନାହିଁ। ଇସ୍ରାଏଲ କେବଳ ହିଜବୁଲ ପଦବୀକୁ ଟାର୍ଗେଟ କରିଛନ୍ତି। ଆକ୍ରମଣ ପୂର୍ବରୁ ମଧ୍ୟ ହିଜବୁଲ ପଦବୀରୁ ଦୂରେଇ ଯିବାକୁ ସାଧାରଣ ନାଗରିକଙ୍କୁ ନିବେଦନ କରାଯାଇଥିଲା। ଏହି ଆକ୍ରମଣ ପରେ ଆମେରିକା ସମେତ ଆରବ ଦେଶ ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢୁଥିବା ଜଣାପଡିଛି। ଗାଜା ପରେ ଇସ୍ରାଏଲର ଏହି ନୂତନ ଯୁଦ୍ଧ କ୍ଷେତ୍ର ଉପରେ ବିଶ୍ୱର ତୀକ୍ଷ୍ଣ ନଜର ରହିଛି।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୦ରେ ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ ଥରି ଉଠିଥିବାବେଳେ ଇସ୍ରାଏଲ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ ଆକ୍ରମଣ କରାଯାଇଥିଲା। ଇସ୍ରାଏଲୀ ସେନା ଯୁଦ୍ଧବିମାନରୁ ଲେବାନନ୍‌ର ଅନେକ ସ୍ଥାନରେ ଏୟାରଷ୍ଟ୍ରାଇକ କରିଥିଲା। ବିଶେଷକରି ଦକ୍ଷିଣ ଲେବାନନର ଚିଚିନେ, ତୟିବେ, ମେଇସ ଏଲ ଜବାଲ, ଅଇଟାରୋନ ଏବଂ କେଫରକେଲା ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ୨୦୨୩ ଅକ୍ଟୋବର ୭ ପରଠାରୁ ଇସ୍ରାଏଲ୍ର ଗାଜା ଆକ୍ରମଣ ଜାରି ରହିଥିବାବେଳେ ହମାସ ସମର୍ଥକ ୫୫୦ ହେଜ୍‌ବୋଲ୍ଲା ଫାଇଟର୍ସଙ୍କ ମୃତ୍ୟୁ ଘଟିଲାଣି। ପେଜର ଆକ୍ରମଣରେ ଅନେକ ସଦସ୍ୟଙ୍କୁ ହରାଇଥିବା ଏହି ସଙ୍ଗଠନ ଏବେ ଇସ୍ରାଏଲ୍କୁ ଆକ୍ରମଣର ଖୋଲା ଧମକ ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles