Wednesday, June 18, 2025

ଖୋର୍ଦ୍ଧା ବିଜେପିର ଉଦୟମାନ ଯୁବନେତା: ଦିପୁ ହୋତା

ଭୁବନେଶ୍ୱର: ଖୋର୍ଦ୍ଧା ବିଜେପିର ଉଦୟମାନ ଯୁବନେତା ଦିପୁ ହୋତା। ପୂର୍ବତନ କାଉନସିଲର ଭଗବାନ ହୋତାଙ୍କ ପୁଅ ତଥା ହୋଟେଲ୍ ଭଗବାନ୍ ଭିଲ୍ଲାର ମାଲିକ ଦିଲ୍ଲୀପ କୁମାର ହୋତା। ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଖାସ୍ ସହଯୋଗୀ ଦିପୁ ହୋତା ଦୀର୍ଘ ଦିନ ହେଲା ଜିତୁ ମିତ୍ରଙ୍କର ନିର୍ବାଚନ ପରିଚାଳନା ଠାରୁ ସଙ୍ଗଠନ ଆଦି ସବୁ କାମ ବୁଝି ଆସୁଥିଲେ। ୨୦୨୪ ନିର୍ବାଚନ ସମୟରେ ଜିତୁ ମିତ୍ର ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ସହିତ ବିଜେପି ପାର୍ଥି ଗଣେଶ ଓରଫ୍ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ସମର୍ଥନ ଦେଇଥିଲେ। ସେହି ସମୟରେ ଦିପୁ ହୋତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ ଏବଂ ଗଣେଶ ଜଗଦ୍ଦେବଙ୍କ ନିର୍ବାଚନ ପରିଚାଳନାର ଅନ୍ୟତମ ପ୍ରମୂଖ ସାରଥୀ ସାଜିଥିଲେ। ପରୋଉପକାରୀ, ଉତ୍ତମ ବ୍ୟବହାର ସହିତ ଜଣେ ଦୃଢ଼ ସଙ୍ଗଠକ ଭାବରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଦିପୁ ହୋତା ଖୁବ୍ ପରିଚିତ। ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଖୋର୍ଦ୍ଧା ବିଜେପିର ପ୍ରାୟ ସମସ୍ତ ପ୍ରମୂଖ ନେତୃତ୍ୱ ଦିପୁ ହୋତାଙ୍କୁ ଖୁବ୍ ପସନ୍ଦ କରିବା ସହିତ ବହୁ ଗୁରୁତ୍ୱ ମଧ୍ୟ ଦିଅନ୍ତି। ଆଗାମୀ ପୌର ନିର୍ବାଚନରେ ଦିପୁ ହୋତା ଖୋର୍ଦ୍ଧା ପୌରାଧ୍ୟକ୍ଷ ଭାବରେ ବିଜେପି ପାର୍ଥି ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଦଳ ଭିତରେ ଏବେଠାରୁ ଦିପୁ ହୋତାଙ୍କୁ ଖୋର୍ଦ୍ଧାର ଭାବି ପୌରାଧ୍ୟକ୍ଷ ଭାବରେ ବିବେଚନା କରିବା ଆରମ୍ଭ ହୋଇଗଲାଣି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles