Wednesday, June 18, 2025

ଖୋର୍ଦ୍ଧା ବିଜେପିକୁ ଲାଗିବ ଭୟଙ୍କର ବିଦ୍ୟୁତ୍ ଝଟକା!

ଭୁବନେଶ୍ୱର: ଖୋର୍ଦ୍ଧା ବିଜେପିକୁ ଲାଗିବ ଭୟଙ୍କର ବିଦ୍ୟୁତ୍ ଝଟକା! ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଖାସ୍ ଅନୁଗତ ସାଜିଥିବା ବିଦ୍ୟୁତ୍ କାଣ୍ଡି ଅପରାଜିତାଙ୍କ ସମେତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ବିଜେପିକୁ ଦେବେ ଜୋରଦାର ଝଟକା। ସୂଚନାଯୋଗ୍ୟ ଯେ ନିଜର ବିଶୃଙ୍ଖଳିତ ଆଚରଣ ପାଇଁ କିଛି ଦିନ ତଳେ ବିଦ୍ୟୁତ୍ କାଣ୍ଡିଙ୍କୁ ନିଲମ୍ବନ କରିଥିଲା ଦଳ। ତେବେ, ଅପରାଜିତା ଷଡ଼ଙ୍ଗୀ ଦଳୀୟ ନିଷ୍ପତ୍ତିକୁ ଅବମାନନା କରି ନିଲମ୍ବନ ସତ୍ତ୍ୱେ ସବୁ କାର୍ଯ୍ୟକ୍ରମରେ ବିଦ୍ୟୁତ୍ କାଣ୍ଡିଙ୍କୁ ଧରି ବୁଲିଲେ। ବାସ୍ତବରେ ବିଦ୍ୟୁତ୍ କାଣ୍ଡିଙ୍କ ଘର ଚିଲିକା ନିର୍ବାଚନ ମଣ୍ଡଳୀରେ। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ହୋଇଥିଲେ ମଧ୍ୟ ଚିଲିକା ପୁରୀ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଛି। ପୁରୀ ସାଂସଦ ଡା: ସମ୍ବିତ ପାତ୍ର କିମ୍ବା ଆଇନ ଓ ଅବକାରୀ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆଖେପାଖେ ବିଦ୍ୟୁତ କାଣ୍ଡିଙ୍କୁ ପ୍ରାୟତଃ ଦେଖିବାକୁ ମିଳେନି ଅଥବା ସେମାନେ ୟାଙ୍କୁ ପାଖ ପୁରାନ୍ତି ନାହିଁ। କିନ୍ତୁ, ଅପରାଜିତାଙ୍କ ପାଖେପାଖେ ସବୁବେଳେ ବିଦ୍ୟୁତ୍ କାଣ୍ଡିଙ୍କୁ ଦେଖିବାକୁ ମିଳେ। ଦଳୀୟ କାର୍ଯ୍ୟକର୍ତ୍ତା ହିସାବରେ ଯେତିକି ନୁହେଁ, ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକ ଭାବରେ ବିଦ୍ୟୁତଙ୍କ ଭୂମିକା ଅଧିକ ଦେଖିବାକୁ ମିଳେ। ପୂର୍ବେ ଦେବାଶିଷ ନାୟକ ଓରଫ୍ ଜିମ୍ ବାପି ଅପରାଜିତାଙ୍କ ପାଇଁ ଯେଉଁ ଭୂମିକାରେ ଥିଲେ ବିଦ୍ୟୁତ୍ କାଣ୍ଡି ଏବେ ପ୍ରାୟତଃ ସେହି ଭୂମିକାରେ ଥିବା ସହିତ ମ୍ୟାଡମଙ୍କ ଚପଲ ଉଠାଇବା ମ୍ୟାଡମଙ୍କୁ ଚପଲ ପିନ୍ଧାଇଦେବା ଭଳି ଭୂମିକା ମଧ୍ୟ ନିର୍ବାହ କରନ୍ତି ବିଦ୍ୟୁତ କାଣ୍ଡି। ସାଂସଦଙ୍କୁ ଦଳୀୟ ସଙ୍ଗଠକ ତଥା କାର୍ଯ୍ୟକର୍ତ୍ତା ମାନଙ୍କ ଠାରୁ ଦୂରେଇ ରଖିବା ସମେତ ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ପ୍ରତି କାର୍ଯ୍ୟକର୍ତ୍ତା ମାନଙ୍କ ମନରେ ଅସନ୍ତୋଷ ଭରିବାରେ ବିଦ୍ୟୁତ କାଣ୍ଡି ହିଁ ମୂଖ୍ୟ ଖଳନାୟକ ବୋଲି କୁହାଯାଉଛି। ଅପରାଜିତାଙ୍କ ଚାଟୁକାରି କରି ଏଣେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଙ୍ଗଠନ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଫାଟ ତଥା ବିଭେଦ ସୃଷ୍ଟି କରିବା ବିଦ୍ୟୁତ କାଣ୍ଡିଙ୍କ କାମ ବୋଲି ଅନେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଛି। କେବଳ ଅପରାଜିତାଙ୍କ ଯୋଗୁଁ ସମସ୍ତେ ବାଧ୍ୟ ହୋଇ ନିରବ ରହିଥିବା ବେଳେ କେବେ ଯେ ତାହା ବିସ୍ଫୋରଣ ରୂପ ନେଇପାରେ ତାର ଯଥେଷ୍ଟ ସମ୍ଭାବନା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles