ନୂଆଦିଲ୍ଲୀ: ଫୋବ୍ସ୍’ ପତ୍ରିକାର ବିଶ୍ବର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୪ ଜଣ ଭାରତୀୟ ମହିଳା ସ୍ଥାନ ପାଇଛନ୍ତି। ତାଲିକାର ୩୨ ତମ ସ୍ଥାନରେ ଅଛନ୍ତି ନିର୍ମଳା ସୀତାରମଣ। ୬୦ତମ ସ୍ଥାନରେ ଅଛନ୍ତି ‘ଏଚ୍ସିଏଲ୍ କର୍ପୋରେସନ୍’ର ‘ସିଇଓ’ ରୋଶଣୀ ନାଦାର ମାଲହୋତ୍ରା। ୭୦ ତମ ସ୍ଥାନରେ ଅଛନ୍ତି ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ’ର ଅଧ୍ୟକ୍ଷା ସୋମା ମଣ୍ଡଳ ଏବଂ ୭୬ତମ ସ୍ଥାନରେ ଅଛନ୍ତି ‘ବାୟୋକନ୍’ର ସଂସ୍ଥାପିକା କିରଣ ମଜୁମଦାର- ଶ’। ତେବେ, ତାଲିକାର ସର୍ବାଗ୍ରେ ଅଛନ୍ତି ‘ୟୁରୋପିଆନ୍ କମିସନ୍’ର ମୁଖ୍ୟା ଉର୍ସୁଲା ବନ୍ ଡେର୍ ଲିୟେନ୍। ଦ୍ବିତୀୟ ସ୍ଥାନରେ ଅଛନ୍ତି ‘ୟୁରୋପିଆନ୍ ସେଣ୍ଟ୍ରାଲ୍ ବ୍ୟାଙ୍କ୍’ର ମୁଖ୍ୟା କ୍ରିଷ୍ଟାଇନ୍ ଲାଗାର୍ଡେ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଉପ-ରାଷ୍ଟ୍ରପତି କମଳା ହାରିସ୍। ତାଲିକାର ୫ମ ସ୍ଥାନରେ ଅଛନ୍ତି ଗାୟିକା ଟେଲର୍ ସ୍ବିଫ୍ଟ୍।