Thursday, June 19, 2025

ମହିଳାଙ୍କ ଅଭିବୃଦ୍ଧିରେ ହେବ ଦେଶର ପ୍ରଗତି- ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ଅବ୍ୟବହିତରେ ଭୁବନେଶ୍ୱରରେ ଅବସ୍ଥାପିତ ରାଜ୍ୟ ସ୍ତରୀୟ ସାମାଜିକ ଅନୁଷ୍ଠାନ ସହଯୋଗ ଏବଂ ବିଶ୍ୱ ଯୁବକ କେନ୍ଦ୍ର, ନୂଆ ଦିଲ୍ଲୀଙ୍କ ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ଠାରେ ଏକ ଗୋଷ୍ଠୀ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛିl ଯୁବ ସମାଜସେବୀ ଇଂ ପ୍ରଭାତ ସ୍ବାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ପଞ୍ଚାୟତି ରାଜ ମେମ୍ବର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଶିକ୍ଷକ, ମହିଳା, ଯୁବକ, କିଶୋର କିଶୋରୀ ଏବଂ କାର୍ଯ୍ୟକ୍ରମର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ସହଯୋଗର ସମ୍ପାଦିକା ବିଜୟଲଷ୍ମୀ ରାଉତରାୟ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ, ମହିଳା ଦିବସ – ୨୦୨୪ ପରିପ୍ରେକ୍ଷୀରେ ବିଶ୍ୱ ଯୁବକ କେନ୍ଦ୍ର ନୂଆ ଦିଲ୍ଲୀ ସାରା ଭାରତରେ ଥିବା ତା’ର ସହଯୋଗୀ ଅନୁଷ୍ଠାନ ମାନଙ୍କୁ ନେଇ ଏ ବର୍ଷର ଥିମ୍ “ମହିଳା ମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତୀକରଣ”କୁ ନେଇ କରୁଛି। ମା’, ଶିଶୁ ସ୍ୱାସ୍ଥ୍ୟ, ଯକ୍ଷ୍ମା ରୋଗୀ, ଶିକ୍ଷା ଓ ଶିଶୁ ଅଧିକାର, ଲିଙ୍ଗ ସମତା ପାଇଁ କାର୍ଯ୍ୟ କରୁଥିବା ସହଯୋଗ ଅନୁଷ୍ଠାନ ଓଡ଼ିଶାରେ ସହଯୋଗୀ ହିସାବରେ ତାର ଅଭିଯାନ ଆଜି ଠାରୁ ଆରମ୍ଭ କରୁଛି। ଭାରତ’ର ବିଶାଳ ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ମହିଳା। ଆମ ଦେଶ ଏବଂ ରାଜ୍ୟରେ ମହିଳାଙ୍କ ଶିକ୍ଷା , ସ୍ୱାସ୍ଥ୍ୟ, ଆର୍ଥିକ, ସାମାଜିକ ଏବଂ ରାଜନୈତିକ ଅଭିବୃଦ୍ଧି ଲକ୍ଷ୍ୟରେ ସରକାର କ୍ରମାଗତ ପଦକ୍ଷେପ ନେଇ ଚାଲିଛନ୍ତି। କିନ୍ତୁ ବିଶ୍ଵ ଲିଙ୍ଗଗତ ଅସମାନତା ସୂଚକାଙ୍କ- ୨୦୨୩ ଦ୍ୱାରା ପ୍ରମାଣିତ ହେଉଛି ଯେ ସରକାରଙ୍କ ବହୁବିଧ ପଦକ୍ଷେପ ସତ୍ୱେ ଆମେ ୧୨୭ରେ ଅଛେ ଯାହା ୨୦୨୨୨ ଠାରୁ ଟିକେ ଭଲ। ଏହି ପରିପ୍ରେକ୍ଷୀରେ ଯଦି ସମାଜ ଲିଙ୍ଗଗତ ସମାନତାକୁ ପ୍ରାଥମିକତା ନଦିଅନ୍ତି, ତେବେ ଆମର ପ୍ରଗତି ଆଶାନୁକୁଳ ହେବନାହିଁ। ଆମର କାର୍ଯ୍ୟ ଏବଂ ଆଭିମୁଖ୍ୟରେ ଆମେ ଲିଙ୍ଗଗତ ସମାନତା ପାଇଁ ଚେଷ୍ଟିତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଗତି ପଥରେ ଆଗେଇ ଯିବାକୁ ହେଲେ , ଆମକୁ ବାଳିକା ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସାମଗ୍ରିକ ଅଭିବୃଦ୍ଧି ଏବଂ ବିକାଶରେ ଅଧିକ ବିନିଯୋଗ କରିବାକୁ ପଡିବ ବୋଲି ବିଜୟଲକ୍ଷ୍ମୀ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟାଙ୍ଗି ବ୍ଲକ୍ ଅଧ୍ୟକ୍ଷା ରିସ୍ନା ମାନ୍ଧାତା ଯୋଗ ଦେଇ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ମିଶନ ଶକ୍ତି ମହିଳା, ସି ଆର ପି, ଅଞ୍ଚଳବାସୀଙ୍କୁ ଉଦବୋଧନ ଦେଇ ଦିବସର ମହତ୍ୱ ଏବଂ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଏବଂ ମହିଳା ଭାଗିଦାରୀତା ସମ୍ପର୍କରେ ଆଲୋଚନା କରିଥିଲେ। ନିରାକାରପୁର ଥାନା ସବ୍ ଇନ୍ସପେକ୍ଟର ଦିପାଲିଶା ନାୟକ ନିରାକାରପୁର ଥାନା ମହିଳା ମାନଙ୍କ ସୁରକ୍ଷା ଉପରେ କୌଣସି କେଶର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମିଶନ ଶକ୍ତି ଟାଙ୍ଗି ସଭାପତି ହରଷ ପ୍ରଧାନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଶକ୍ତିକରଣ ପାଇଁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷକ ଅନିୟ ଛୋଟରାୟ ବିଦ୍ୟାଳୟ ଲିଙ୍ଗ ଅସମତା ଦୂର ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କନ୍ୟା ଭୃଣ ହତ୍ୟା, ବାଳିକା ବିବାହ ବନ୍ଦ କରିବା ଏବଂ ମହିଳା ଶିକ୍ଷା ସ୍ୱାବଲମ୍ବନ ପାଇଁ ସମସ୍ତେ ଶପଥ ନେଇଥିଲେ । କାର୍ଯ୍ୟକ୍ରମରେ ରାମେଶ୍ୱର ପଞ୍ଚାୟତ ସମିତି ସଭ୍ୟ ରମେଶ ବିଶ୍ୱାଳ, ଈଶ୍ୱର୍ଡ ସ୍ବେଛାସେବୀ ଅନୁଷ୍ଠାନ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ, ଲେଣ୍ଡୁ ପଞ୍ଚାୟତ ପୂର୍ବତନ ସରପଞ୍ଚ ଲଷ୍ମୀଧର ଆଚାର୍ଯ୍ୟ, ନିରାକାରପୁର ପୂର୍ବତନ ସରପଞ୍ଚ ହୃଷିକେଶ ରାଉତରାୟ, ଡିଆ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ବେହେରା, ରଞ୍ଜିତ ଜଗଦେବ, ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସୁକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles