Thursday, June 19, 2025

ନବୀନ କିଛି ବୁଝୁନାହାଁନ୍ତି: ସ୍ୱୀକାର କଲେ ସୁଲତା – ପ୍ୟାରୀଙ୍କୁ କଲେ ପ୍ରଶଂସା!

ଭୁବନେଶ୍ୱର: ସତରେ କ’ଣ ବୀନ ପଟ୍ଟନାୟକ କିଛି ବୁଝିପାରନ୍ତିନି?? ବିରୋଧୀ କହି ଆସୁଥିବା ଏହି କଥାକୁ ଏବେ ସ୍ୱୀକାର କରିଛନ୍ତି ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ। ସୁଲତା ଏକ ଭିଡିଓରେ କେନ୍ଦ୍ରାପଡ଼ା ରାଜ୍ୟସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ୍ କରିବାକୁ ଯାଇ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କୁ ପ୍ରଶଂସା କରିଛନ୍ତି। ସୁଲତା କହିଛନ୍ତି, ପ୍ୟାରୀ ବାବୁ ବୈଜୟନ୍ତଙ୍କୁ ଠିକ୍ ଚିହ୍ନିଥିଲେ। ପ୍ୟାରୀ ବାବୁ ବୈଜୟନ୍ତ ପଣ୍ଡାଙ୍କୁ ରାଜ୍ୟସଭା ପଠାଇବାକୁ ମନା କରିଥିଲେ। ଲୋକସଭା ଲଢ଼ିବାକୁ ମନା କରିଥିଲେ। ପ୍ୟାରୀ ବାବୁ ବୈଜୟନ୍ତଙ୍କୁ ରାଜ୍ୟସଭା ପଠାଇବାକୁ କିମ୍ବା ଲୋକସଭା ଲଢ଼େଇବାକୁ ନବୀନ ପଟ୍ଟନାୟକଙ୍କୁ ମନା କରିଥିଲେ। ପ୍ୟାରୀ ବାବୁ କହିଥିଲେ ଆମର ଏତେ ଧନୀ ରାଜନେତାର ଆବଶ୍ୟକତା ନାହିଁ। ନବୀନ ପଟ୍ଟନାୟକ ଟିକେ ସରଳ ଲୋକ, ସେ ବୁଝି ପାରିଲେନି। କିନ୍ତୁ, ପ୍ୟାରୀ ବାବୁ ବୈଜୟନ୍ତ ପଣ୍ଡାଙ୍କୁ ଠିକ୍ ଚିହିଁଥିଲେ। ଶୁଣନ୍ତୁ କଣ କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ –

ଏଠାରେ ନିଜ ରାଗ ସୁଝାଇବାକୁ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ୍ କରିବାକୁ ଯାଇ ପ୍ୟାରୀ ବାବୁଙ୍କ ପ୍ରଶଂସା କରିବା ସହ ନବୀନ ପଟ୍ଟନାୟକ କିଛି ବୁଝନ୍ତିନି ବୋଲି ସ୍ୱୀକାର କରିଛନ୍ତି ସୁଲତା ଦେଓ। ନିଜ ଦଳର ସର୍ବୋଚ୍ଚ ନେତା ନବୀନ ବାବୁଙ୍କୁ ସରଳ ବୋଲି କହି ସେ ବୈଜୟନ୍ତ ବାବୁଙ୍କୁ ଚିହ୍ନି ପାରିଲେନି ବୋଲି କହିଛନ୍ତି ସୁଲତା। ରାଜନୀତିରେ ଗୋଟେ ଦଳର ମୁଖିଆ ଯିଏ ପୁଣି ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି, ସେ ଯଦି ଲୋକ ଚିହ୍ନି ପାରୁନାହାଁନ୍ତି ତେବେ ତାଙ୍କୁ ସରଳ ନୁହଁ ବୋକା, ଓଲା ବୋଲି କୁହାଯିବ। ସେହିପରି ଯେଉଁ ପ୍ୟାରୀ ମହାପାତ୍ରଙ୍କ ୨୦୧୨ ମେ’ ୨୯ ମିଡନାଇଟ୍ ଅପରେସନ୍ ପାଇଁ ନବୀନ ପଟ୍ଟନାୟକ ପ୍ୟାରୀ ମୋହନଙ୍କୁ ବେଇମାନ୍ ବୋଲି କହିଥିଲେ, ବୈଜୟନ୍ତଙ୍କ ଉପରେ ନିଜ ରାଗ ସୁଝାଇବାକୁ ଯାଇ ସେହି ପ୍ୟାରୀ ବାବୁଙ୍କୁ ପ୍ରଶଂସା କରିଛନ୍ତି ସୁଲତା ଦେଓ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles