ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ଅମରାବତୀର ପୂର୍ବତନ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି। ଧମକପୂର୍ଣ୍ଣ କଲ୍ରେ ନବନୀତଙ୍କୁ ହିନ୍ଦୁ ସେରଣୀ ବୋଲି ସମ୍ବୋଧନ କରାଯାଇ ତାଙ୍କ ସିନ୍ଦୁର ପୋଛିବା ସହିତ ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ନବନୀତ ଏ’ ନେଇ ଅଭିଯୋଗ କରିବା ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ଏବଂ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ସହାୟତା ନିଆଯାଇ ପାରେ ବୋଲି ଜଣାପଡ଼ିଛି। ଏହି ଧମକ ରାଣାଙ୍କ ସୁରକ୍ଷା ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ତାଙ୍କ ସ୍ବାମୀ ତଥା ବିଧାୟକ ରବି ରାଣାଙ୍କ ମୋବାଇଲକୁ ମଧ୍ୟ ସମାନ ଧମକ ଆସିଥିଲା। ପାକିସ୍ତାନରୁ ବିଭିନ୍ନ ନମ୍ବରରୁ ଏପରି କଲ୍ ଆସିଛି। ନବନୀତଙ୍କ ଅଭିଯୋଗ ଅନୁଯାୟୀ ପାକିସ୍ତାନରୁ ଫୋନ୍ କରିଥିବା ବ୍ୟକ୍ତି କହିଥିଲେ ‘ଆମ ପାଖରେ ତୁମର ସମସ୍ତ ସୂଚନା ଅଛି। ତୁମେ ଜଣେ ହିନ୍ଦୁ ସେରଣୀ। ତୁମେ କେବଳ କିଛି ଦିନର ଅତିଥି। ଆମେ ତୁମକୁ ହତ୍ୟା କରିବୁ। ସିନ୍ଦୂର ରହିବନି କି ତୁମେ ବି ରହିବନି ..