Wednesday, June 18, 2025

୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଦେଶ: ଅମିତ ଶାହା

ନୂଆଦିଲ୍ଲୀ: ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଦେଶ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ର ରାୟପୁର ଗସ୍ତ କରି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏବେ ବାମପନ୍ଥୀ ସମସ୍ୟା ଉପରେ ଚୂଡ଼ାନ୍ତ ଆକ୍ରମଣ କରିବାର ସମୟ ଆସିଛି। ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ହେବ ଦେଶ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରଠାରୁ ଏହି ସମସ୍ୟାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରାଯାଇଛି। ୨୦୧୪ରୁ ୨୦୨୪ ମଧ୍ୟରେ ସର୍ବନିମ୍ନ ସଂଖ୍ୟକ ନକ୍ସଲ ମୃତ୍ୟୁ ଘଟିଛି। ୨୦୦୪ରୁ ୨୦୧୪ ମଧ୍ୟରେ ଏବଂ ସେବେଠାରୁ ୫୩ ପ୍ରତିଶତ ଘଟଣା ହ୍ରାସ ପାଇଛି। ଶାହା କହିଛନ୍ତି, ଭାରତ ସରକାର ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ନକ୍ସଲ ପ୍ରଭାବିତ ରାଜ୍ୟ ଗୁଡ଼ିକର ପ୍ରଗତି ପଥରେ ଯେଉଁ ପ୍ରତିବନ୍ଧକ ରହିଛି ତାହାକୁ ଦୂର କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମସ୍ତ ସିଏପିଏଫର ଡିଜି ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ଶାହା କହିଛନ୍ତି ବାମପନ୍ଥୀ ଉଗ୍ରବାଦ ହେଉଛି ଆଜିର ସବୁଠାରୁ ବଡ଼ ଆହ୍ୱାନ। ସମୁଦାୟ ୧୭,୦୦୦ ଲୋକ ଏହି ସମସ୍ୟାରେ ପ୍ରାଣ ହରାଇଛନ୍ତି। ଏବେ ବାମପନ୍ଥୀ ସମସ୍ୟା ଉପରେ ଚୂଡ଼ାନ୍ତ ଆକ୍ରମଣ କରିବାର ସମୟ ଆସିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles