Thursday, June 19, 2025

ଚନ୍ଦକା ବନ୍ୟପ୍ରାଣୀ ଅଭୟାରଣ୍ୟରେ ହେବ ରାତ୍ରିକାଳୀନ ସଫାରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରିକାଳୀନ ଭ୍ରମଣର ସୁବିଧା ମିଳିବ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଚନ୍ଦକା- ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଭରତପୁର ସେକ୍ସନରେ ଜାନୁଆରି ୨୯ ତାରିଖରୁ ରାତ୍ରିକାଳୀନ ଟ୍ରେଲ୍ ବା ନାଇଟ୍ ଟ୍ରେଲ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚନ୍ଦକା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅନେକ ଲୋକ ସେମାନଙ୍କ କାର୍ଯ୍ୟ ପ୍ରତିବଦ୍ଧତା କାରଣରୁ ଦିନରେ ସଫାରି ଉପଭୋଗ କରିବା ସମ୍ଭବ ହେଉନି। ଏବେ ନାଇଟ୍ ସଫାରୀ ପ୍ରଚଳନ ପରେ ଏହି ପର୍ଯ୍ୟଟକ ମାନେ ଅନ୍ଧାର ପରେ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ଅନୁଭବ କରିପାରିବେ।

ସୂଚନା ମୁତାବକ ପର୍ଯ୍ୟଟକ ମାନେ ରାତି ୯ଟା ପର୍ଯ୍ୟନ୍ତ ସଫାରିର ମଜା ନେଇପାରିବେ। ରାତି ୯ଟାରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ଏହି ଟ୍ରେଲ ଯୋଗୁଁ ବନ୍ୟଜନ୍ତୁ ଯେପରି ହଇରାଣ ନହୁଅନ୍ତି ସେଥିପାଇଁ ବନ ବିଭାଗ ଯଥେଷ୍ଟ ସତର୍କତା ଅବଲମ୍ବନ କରିବ ବୋଲି ପ୍ରକୃତିପ୍ରେମୀ ଶ୍ରୀ ନନ୍ଦ କହିଛନ୍ତି। ଏହି ପଦକ୍ଷେପ ଦ୍ୱାରା ବନ୍ୟପ୍ରାଣୀ ପ୍ରେମୀ, ଗବେଷକ ଏବଂ ଛାତ୍ରଛାତ୍ରୀମାନେ ବହୁ ଉପକୃତ ହେବେ ଏବଂ ଚନ୍ଦକାଠାରେ ରାତି ସଫାରୀରେ ରାତ୍ରିକାଳୀନ ପଶୁମାନଙ୍କୁ ଦେଖିବା ଏବଂ ନିରୀକ୍ଷଣ କରିବାର ସୁଯୋଗ ପାଇବେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles