ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାରରେ ଗତ ଡିସେମ୍ବର ୧୬ ତାରିଖରେ ଅଗ୍ନିକାଣ୍ଡ ଘଟି ପୋଡ଼ି ଯାଇଥିବା ଦୋକାନ ଗୁଡ଼ିକର ମାଲିକ ମାନଙ୍କୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିଛି ନିରାକାରପୁର ବଣିକ ସଂଘ। ସୋମବାର ଦିନ ବଣିକ ସଂଘ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡରେ ପୋଡ଼ି କ୍ଷତିଗ୍ରସ୍ତ ହୋଇଥିବା ଅଟୋ ପାର୍ଟ୍ସ ଓ ଗ୍ୟାରେଜ୍ ଦୋକାନର ମାଲିକ ଭୀମସେନ ସେନାପତି, ପରିବା ଦୋକାନୀ ବିଜୟ କୁମାର ମାଝୀ ଏବଂ ବିସ୍କୁଟ ମିକ୍ସଚର ଦୋକାନୀ ନବ କିଶୋର ବେହେରାଙ୍କୁ ୫ ହଜାର ଟଙ୍କା ଲେଖାଏଁ ଏହାସହ ଫଳ ଦୋକାନୀ ପିଣ୍ଟୁ ବେହେରାଙ୍କୁ ୨୦୦୦ ଏବଂ ଜୋତା ସିଲାଇ ଦୋକାନୀ ଏଲିମା ଦାସଙ୍କୁ ୧୦୦୦ ଟଙ୍କା ଲେଖାଏଁ ସାନ୍ତ୍ୱନାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ବଣିକ ସଂଘ ସଭାପତି ଆର୍ତ୍ତତ୍ରାଣ ରାଉତରାୟ, ସମ୍ପାଦକ ବଳରାମ ରାଉତରାୟ, ସହ- ସମ୍ପାଦକ ଆନନ୍ଦ ଚନ୍ଦ୍ର ବାଘସିଂହ, କୋଷାଦକ୍ଷ ମୁକ୍ତିକାନ୍ତ ସାହୁ, ମୂଖ୍ୟ ଉପଦେଷ୍ଟା କେଶବ ଚନ୍ଦ୍ର ରାଉତରାୟ ଏବଂ ଉପଦେଷ୍ଟା ମୃତ୍ୟୁଞ୍ଜୟ ସାହୁଙ୍କ ସମେତ ବଣିକ ସଂଘର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କ୍ଷତିଗ୍ରସ୍ତ ଦୋକାନ ମାଲିକ ମାନଙ୍କୁ ଏହି ନଗଦ ଅର୍ଥରାଶି ପ୍ରଦାନ କରିଥିଲେ।