Wednesday, December 25, 2024

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ନୋଟିସ୍: ସୁନା ଗହଣା ଫେରା ..

ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ନୋଟିସ୍ ଜାରୀ ହୋଇଛି। ପାକିସ୍ତାନର ଦୁର୍ନୀତି ନିବାରଣ ଏଜେନ୍ସି ତୋସାଖାନା ମାମଲାରେ ବୁଶ୍ରା ବିବିଙ୍କୁ ନୋଟିସ୍ ହୋଇଛି। ଏନ୍‌ଏବି ରାୱଲପିଣ୍ଡି ବୁଶ୍ରାଙ୍କୁ ଏକ ନୋଟିସ୍ ଜାରି କରି ତୋସାଖାନା ମାମଲାରେ ଡିସେମ୍ବର ୧୧ ସକାଳ ୧୧ଟାରେ ହାଜର ହେବାକୁ କହିଛି। ଏହାସହ ତୋସାଖାନା ମାମଲାରେ ତାଙ୍କ ସହ ସୁନା ହାର, ହୀରା ମୁଦି ଏବଂ ବ୍ରେସଲେଟ୍ ଆଣିବାକୁ ବୁଶ୍ରାଙ୍କୁ ମଧ୍ୟ କୁହାଯାଇଛି। ପାକିସ୍ତାନର ଜାତୀୟ କ୍ରାଇମ ଏଜେନ୍ସିର (ଏନ୍‌ସିଏ) ୧୯୦ ମିଲିୟନ ସ୍କାମ୍‌ରେ ଇମ୍ରାନ ଏବଂବୁଶ୍ରାଙ୍କ ଇସିଏଲ୍‌ରେ ଉଲ୍ଲେଖ କରାଯାଇଛି। ଏନ୍‌ଏବିର ସୁପାରିସରେ ତାଙ୍କ ନାମ ଇସିଏଲ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବୁଶ୍ରାଙ୍କ ନିକଟରେ କାନଫୁଲ, ଦୁଇଟି ମୁଦି, ଏକ ଚେନ୍ ଏବଂ ବ୍ରେସଲେଟ ଥିବା ଅଭିଯୋଗ ହୋଇଛି। ଯାହା ତୋସାଖାନାର ଉପହାର ଥିଲା। ଏହା ବ୍ୟତୀତ ସେ ସୁନା ଏବଂ ହୀରା ମୁଦି, ସୁନା ହାର, କାନଫୁଲ ଏବଂ ବ୍ରେସ୍‌ଲେଟ ମଧ୍ୟ ରଖିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ବୁଶ୍ରା ବିବି ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ଅଟନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles