Wednesday, June 18, 2025

ଏଣିକି ଏଟିଏମରେ କ୍ୟୁଆର୍ କୋର୍ଡ ସ୍କାନ କରି ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଏଣିକି ଏଟିଏମରେ କ୍ୟୁଆର୍ କୋର୍ଡ ସ୍କାନ କରି ଉଠାଇ ପାରିବେ ଟଙ୍କା। ପରିବର୍ତ୍ତିତ ଟେକ୍ନୋଲୋଜିରେ ଆଗକୁ ଏଟିଏମରୁ ଟଙ୍କା ଉଠାଇବା ଲାଗି ଆଉ ଡେବିଟ୍ କାର୍ଡର ଆବଶ୍ୟକତା ପଡିବନାହିଁ। ଏଣିକି ଗ୍ରାହକ ଏମଟିଏମ ଭିତରେ ନିଜ ଫୋନ ମାଧ୍ୟମରେ କ୍ୟୁଆର୍ କୋର୍ଡ ସ୍କାନ କରି ଟଙ୍କା ଉଠାଇପାରିବେ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ବିନା ଏଟିଏମ କାର୍ଡରେ ଏଟିଏମରୁ ଅର୍ଥ ଉଠାଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ତେଣୁ,ଏସ୍‌ବିଆଇ ଏଟିଏମରୁ ଟଙ୍କା ଉଠାଇବା ଲାଗି ଆଗକୁ ଆଉ କାର୍ଡର ଆବଶ୍ୟକତା ପଡିବନାହିଁ। ଏଥିପାଇଁ ଆପଣଙ୍କ ପାଖରେ କେବଳ ଏକ ସ୍ମାର୍ଟଫୋନ୍‌ ଥିବା ଆବଶ୍ୟକ। ଯାହା ଦ୍ୱାରା ୟୁପିଆଇକୁ ଉପଯୋଗ କରି ଅର୍ଥ ଉଠାଇ ହେବ। ବିନା ଡେବିଟ୍‌ କାର୍ଡରେ ଟଙ୍କା ଉଠାଇବାକୁ ହେଲେ ଏଟିଏମରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ। ପ୍ରଥମଟି ୟୁପିଆଇ ଓ ଦ୍ୱିତୀୟଟି ନଗଦ ଅର୍ଥ। ଆପଣ ୟୁପିଆଇରେ କ୍ଲିକ୍ କଲେ ସେଥିରେ କେତେ ନଗଦ କ୍ୟାଶ ଦରକାର ମେସିନ ପଚାରିବ। ସେଥିରେ ନିର୍ଦ୍ଧିଷ୍ଟ ଅର୍ଥ ପରିମାଣ ଏଣ୍ଟର କରିବା ପରେ ସ୍କ୍ରିନରେ କ୍ୟୁଆର କୋଡ୍‌ ଆସିବ। ଏହି କ୍ୟୁଆର କୋଡ୍‌କୁ ଫୋନରେ ଥିବା ଭୀମ୍‌, ପେଟିଏମ୍‌, ଗୁଗୁଲ୍‌ ପେ’ ଅଥବା ଫୋନ ପେ’ ଯେକୌଣସି ଆପ୍‌ରେ ସ୍କାନ କରି ବ୍ୟାଙ୍କକୁ ଚିହ୍ନଟ କରି ପିନ୍‌ ଦେବାକୁ ପଡିବ। ଏହାପରେ ଗ୍ରାହକ ଟଙ୍କା ଉଠାଇ ପାରିବେ। ଏଟିଏମ୍‌ କାର୍ଡରେ ଟଙ୍କା ଉଠାଇବା ବେଳେ ଅନେକ ସମୟରେ ଗ୍ରାହକଙ୍କ ସହ ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସୁଛି। କ୍ୟୁଆର୍ କୋର୍ଡ ସ୍କାନ କରି ଟଙ୍କା ଉଠାଇବା ବ୍ୟବସ୍ଥାରେ କାର୍ଡ ସ୍କିମିଂ ଓ କାର୍ଡ କ୍ଲୋନିଂ ଭଳି ଠକେଇରୁ ଏହି ଭଳି ଉପାୟରେ ରକ୍ଷା ମିଳିପାରିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles