Thursday, June 19, 2025

ଅପରାଜିତା ହେବେ ଓଡ଼ିଶା ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ!

ଭୁବନେଶ୍ୱର: ଏହା ମଧ୍ୟରେ ଓଡ଼ିଶା ବିଜେପି ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିକୋଣରୁ ରାଜ୍ୟ ବିଜେପିର କୋର୍ କମିଟି, ନିର୍ବାଚନ କମିଟି, ଆର୍ଥିକ କମିଟି ଏବଂ ଅନୁଶାସନ କମିଟି ଘୋଷଣା କରିଛି। ଏଥିରେ ସ୍ବଭାବିକ ଭାବରେ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୂଖ ସ୍ଥାନରେ ରହିଥିବା ବେଳେ ଏବଂ ଦ୍ଵିତୀୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଗୁରୁତ୍ୱ ଅନୁଭବ ହେଉଥିବା ବେଳେ ତୃତୀୟ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସୁଛନ୍ତି। ତେବେ, ଏହି ଗୁରୁତ୍ୱପୂର୍ଣ୍ଣ ୪ଟି କମିଟି ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କୌଣସି ସ୍ଥାନ ନାହିଁ। ଏହାକୁ ନେଇ ଏବେ ଭିନ୍ନ ଆଲୋଚନା ହେଉଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ଗୋଷ୍ଠୀ ଅପରାଜିତାଙ୍କ ଗୁରୁତ୍ୱ ନଥିବା ନେଇ ଉଲ୍ଲସିତ ଅନୁଭବ ହେଉଥିବା ବେଳେ, ଅପରାଜିତାଙ୍କ ସମର୍ଥକ ଗୋଷ୍ଠୀ ଦୁଃଖିତ ଥିବା ଅନୁଭବ ହେଉଛି। ବାସ୍ତବରେ ଅପରାଜିତା ଏହି ୪ କମିଟି ମଧ୍ୟରୁ କୌଣସି ଥିରେ ସ୍ଥାନ ନପାଇବା ଆଶ୍ଚର୍ଯ୍ୟଜନକ ଲାଗୁଥିଲେ ମଧ୍ୟ ଏହାକୁ ନେଇ କିଛି ଭିନ୍ନ ଦିଗ ପ୍ରତି ଆଉ ସୂଚିତ କରୁନାହିଁ ତ? ଆଗାମୀ ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଘୋଷଣା ହେବାର ଅଛି। ତାହା ହେଲା ପ୍ରଚାର କମିଟି ଅଧ୍ୟକ୍ଷ। ଏ କୌଣସି କମିଟିରେ ସ୍ଥାନ ଦିଆନଯାଇ, ଅପରାଜିତାଙ୍କ କାନ୍ଧରେ ଆଉ ପ୍ରଚାର କମିଟି ଅଧ୍ୟକ୍ଷ ଗୁରୁ ଦାୟିତ୍ୱ ଦେବାର ଯୋଜନା କରିନାହିଁ ତ’ ଦଳ? ଏହାକୁ ନେଇ ଦଳ ଭିତରେ ଏକ ସ୍ୱତନ୍ତ୍ର ଗୋଷ୍ଠୀ ଭିତରେ ଆଲୋଚନା ହେଉଛି।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଚାର କମିଟି ଅଧ୍ୟକ୍ଷ ଏକ ବଡ଼ ଦାୟିତ୍ୱ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ବିଜେପି, ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରୀୟ ପ୍ରଚାର କମିଟି ଅଧ୍ୟକ୍ଷ ଘୋଷଣା କରିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ମୋଦୀ ହେଲେ ଦେଶର ପ୍ରଧାନମନ୍ତ୍ରୀ। କିନ୍ତୁ, ଗତ ସାଧାରଣ ନିର୍ବାଚନରେ, ବିଜେପି ବିରୋଧରେ ସବୁବେଳେ ବର୍ଷୁଥିବା, ବିଜେପି ମହିଳା ମୋର୍ଚ୍ଚା ଯାହା ବିରୋଧରେ ଆନ୍ଦୋଳନ ଚଲାଇଥିଲା, ବିଜେଡିରୁ ବିତାଡ଼ିତ ହୋଇଥିବା ଦାମ ରାଉତଙ୍କ ଭଳି ନେତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ କରାଇଦେଲେ ପ୍ରଚାର କମିଟି ଅଧ୍ୟକ୍ଷ! ଆଉ ଏବେ ଯଦି ସତରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ କରି ଦିଆଯାଏ, ତେବେ ହୁଏତ ନବୀନ ଆଉ ପାଣ୍ଡିଆନଙ୍କ ଅପେକ୍ଷା ବୋଧେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପଡ଼ିଯିବ ବଡ଼ ଚଡ଼କ!

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles