ଭୁବନେଶ୍ୱର: ବାଛି ବାଛି କରି ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକ ଗୋଷ୍ଠୀଙ୍କୁ ଦଳରୁ ନିଲମ୍ବିତ କରିଛି ବିଜେପି। କୁଆଡୁ ଗୋଟେଇ ଆଣି ଭୁବନେଶ୍ୱର ମେୟର ପାର୍ଥି କରାଇଥିବା ଡ. ସୁନିତ ମୁଣ୍ଡଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ନିଲମ୍ବିତ କରିଛି ଦଳ। ସେହିପରି ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ ପାଇଁ ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ବିଦ୍ୟୁତ କାଣ୍ଡି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶିବ ମଲ୍ଲିକ ଏବଂ କାର୍ଯ୍ୟକର୍ତ୍ତା ଧନେଶ୍ୱର ବାରିକଙ୍କୁ ନିଲମ୍ବିତ କରିଛି ଦଳ। ନିଲମ୍ବିତ ହୋଇଥିବା ଏମାନେ ସମସ୍ତେ ଥିଲେ ଅପରାଜିତା ଷଡ଼ଙ୍ଗୀଙ୍କ ଖାସ୍ ଅନୁଗତ। ଏମାନଙ୍କ ମଧ୍ୟରୁ ଧନେଶ୍ୱର ବାରିକଙ୍କର ଦଳରେ ସେପରି କିଛି ଦାୟିତ୍ୱ ନଥିଲା। ସେ ଥିଲେ ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକ। ମ୍ୟାଡମଙ୍କ ଫଟୋ ଉଠାଇବା, ମ୍ୟାଡମଙ୍କୁ ଚପଲ ପିନ୍ଧାଇ ଦେବା ଆଦି ପରି କାମରେ ସୀମିତ ଥିଲେ ଧନେଶ୍ୱର। ବିଜେପିରେ ତାଙ୍କର ଔକାତ ହିଁ କିଛି ନଥିଲା। ତଥାପି ଧନେଶ୍ୱରଙ୍କୁ ଦଳରୁ ନିଲମ୍ବିତ କରି ଅପରାଜିତାଙ୍କ ଅହଙ୍କାର ଭାଙ୍ଗି ତାଙ୍କୁ ତାଙ୍କ ଔକାତ ଦେଖାଇଦେଇଛି ଦଳ।