Wednesday, June 18, 2025

ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏକ ନମ୍ବର

ନୂଆଦିଲ୍ଲୀ/ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସର ପରେଡରେ ସାମିଲ ହୋଇଥିବା ଓଡ଼ିଶା ପ୍ରଜ୍ଞାପନ ମେଢ ପ୍ରଥମ ହୋଇଛି। ଚଳିତ ବର୍ଷ କର୍ତ୍ତବ୍ୟ ପଥରେ ଗଡିଥିବା ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ମଧ୍ୟରୁ ବିଚାରକ ମଣ୍ଡଳି ଓଡ଼ିଶା ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ବିବେଚନା କରିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ପଛକୁ ଗୁଜରାଟ ରାଜ୍ୟର ପ୍ରଜ୍ଞାପନ ମେଢ ଦ୍ବିତୀୟ ଓ ତାମିଲାନାଡୁର ପ୍ରଜ୍ଞାପନ ମେଢ ତୃତୀୟ ସ୍ଥାନ ଅକ୍ତିଆର କରିଛି। ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିଥିଲା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ସ୍ଥାନିତ ହୋଇଥିଲା ରଘୁରାଜପୁର ପଟ୍ଟଚିତ୍ର। ଓଡ଼ିଶାର କଳା, ସଂସ୍କୃତି, ନାରୀ ସଶକ୍ତିକରଣକୁ ସେଥିରେ ସ୍ଥାନୀତ କରାଯାଇଥିଲା। ଏହାସହ ସମ୍ବଲପୁରୀ ଗୀତ ଓ ନାଚ ମଧ୍ୟ ପରିବେଷିତ ହୋଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଥିଲା ସେହିପରି ବିଭାଗ ମାନଙ୍କ ଭିତରେ ସଂସ୍କୃତି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅକ୍ତିଆର କରିଛି ଏବଂ ଶିଖ୍ ରେଜିମେଣ୍ଟର ମାର୍ଚିଂ କଣ୍ଟିଜେଣ୍ଟ୍ ପ୍ରଥମ ସ୍ଥାନ ଅକ୍ତିଆର କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles