ଭୁବନେଶ୍ୱର: ଓଃ କି ନିଷ୍ଠୁରତା, ଦୁଇ ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ହତ୍ୟା! ଅନୁଗୁଳ ଜିଲ୍ଲା ମୁଣ୍ଡାଢ଼ିପ ସାହିରେ ଘଟିଛି ଏପରି ଅଘଟଣ। ଦୁଇ ଯମଜ ଶିଶୁଙ୍କୁ କେହି ଜଣେ କୂଅରେ ପକାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମା’ ଘର ଦାଣ୍ଡ କବାଟ ଦେଇ କ୍ଷୀର ପାଇଁ ଯାଇଥିବା ବେଳେ ବାଡ଼ି ପଟ କାବଟରେ ଅଜଣା ଦୁର୍ବୃତ୍ତ ପଶି ଦୁଇ ଶିଶୁଙ୍କୁ ନେଇ କୂଅରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଉଭୟ ଶିଶୁ ୫ ମାସର ହୋଇଥିବା ବେଳେ ଗୋଟିଏ ଶିଶୁପୁତ୍ର ଓ ଅନ୍ୟଟି ଶିଶୁକନ୍ୟା। ଉକ୍ତ ଶିଶୁଙ୍କ ବାପା ସୁନିଲ ସାହୁ ହୋଇଥିବା ବେଳେ ମାଆଙ୍କ ନାଁ ତପସ୍ଵିନୀ ସାହୁ ବୋଲି ଜଣାପଡ଼ିଛି।