Wednesday, June 18, 2025

ବିଶ୍ୱ ଦରବାରରେ ଖୋଲିଗଲା ପାକିସ୍ତାନର ଅସଲ ମୁଖା ..

ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ଖୋଲିଗଲା ପାକିସ୍ତାନର ଅସଲ ମୁଖା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଞ୍ଚରୁ ପାକିସ୍ତାନକୁ ଉଚିତ ଜବାବ୍ ଦେଇଛି ଭାରତ। ଆତଙ୍କବାଦ ପ୍ରସଙ୍ଗରେ ଭାରତ ଡବ୍ଲ୍ୟୁଏଚଓର ମଞ୍ଚରେ ପାକିସ୍ତାନର ପର୍ଦ୍ଦାଫାସ କରିଛି। ଭାରତ କହିଛି ଯେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରେ। କିନ୍ତୁ ସେ ଆତଙ୍କବାଦର ଶିକାର ହେବାର ଅଭିନୟ ମଧ୍ୟ କରେ, ଯାହା ଦେଖିଲେ ମନେ ହୁଏ କି ପାକିସ୍ତାନ ସବୁବେଳେ ଡ୍ରାମା କରୁଛି। ଜେନେଭାରେ ଥିବା WHO ମୁଖ୍ୟାଳୟରେ ଭାରତର ଉତ୍ତର ଅଧିକାରକୁ ବ୍ୟବହାର କରି, ଭାରତୀୟ କୂଟନୀତିଜ୍ଞ ଅନୁପମା ସିଂହ ମାତ୍ର ୧୦୦ ସେକେଣ୍ଡ ମଧ୍ୟରେ ବିଶ୍ୱ ସାମ୍ନାରେ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛନ୍ତି। ଅନୁପମା ସିଂହ କହିଛନ୍ତି, ଆମେ ଭୁଲିଯିବା ଉଚିତ୍ ନୁହେଁ ଯେ ଆତଙ୍କବାଦର ପ୍ରାୟୋଜକ ଏବଂ ସଙ୍ଗଠକ ମାନେ ପାକିସ୍ତାନୀ ମାଟିରୁ କାର୍ଯ୍ୟ କରନ୍ତି। ଅପରେସନ ସିନ୍ଦୂର ବିଷୟରେ କହିବାକୁ ଗଲେ, ସେମାନଙ୍କ ନାଗରିକ ମାନଙ୍କୁ ଟାର୍ଗେଟ୍ କିମ୍ବା କ୍ଷତି କରିବା ପାଇଁ ଭାରତ ଟାର୍ଗେଟ୍ କରିନଥିଲା। ଭାରତ କେବଳ ଆତଙ୍କବାଦୀ ଏବଂ ସେମାନଙ୍କ ଅଡ୍ଡା ଗୁଡ଼ିକୁ ଟାର୍ଗେଟ କରିଥିଲା।

ଏହାସହ ଅନୁପମା କହିଛନ୍ତି, ପାକିସ୍ତାନ ମଧ୍ୟ ସିନ୍ଧୁ ଜଳ ଚୁକ୍ତିନାମା ବିଷୟରେ ନିଜର ମିଥ୍ୟା କାହାଣୀ ଜାରି ରଖିଛି ଏବଂ ଏହି ପ୍ରସଙ୍ଗକୁ ଜଟିଳ କରିବାକୁ ଚେଷ୍ଟା କରୁଛି। ପାକିସ୍ତାନକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶ ନିଜେ ଆତଙ୍କବାଦୀର ଶିକାର ହେବାର ଅଭିନୟ କରୁଛି। ବିଶ୍ୱ ମଞ୍ଚରେ ଏଭଳି କିଛି କଥା କହି ପାକିସ୍ତାନକୁ ସମାଲୋଚନା କରିଥିଲେ ଅନୁପମା ସିଂହ। ସୂଚନାଯୋଗ୍ୟ ଯେ ଅନୁପମା ଜାତିସଂଘର ବିଭିନ୍ନ ମଞ୍ଚରୁ ପାକିସ୍ତାନକୁ ସମାଲୋଚନା କରିଆସୁଛନ୍ତି। ସେ UNHRC ବୈଠକରେ ପାକିସ୍ତାନକୁ ବିଶ୍ୱବ୍ୟାପୀ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ଭାରତ ଏପରି ଏକ ଦେଶ ଉପରେ ଧ୍ୟାନ ଦେଇପାରିବ ନାହିଁ ଯାହା ଆତଙ୍କବାଦ, ଆର୍ଥିକ ସଙ୍କଟ ଏବଂ ନିଜ ସରକାରଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ଦ୍ୱାରା ଜର୍ଜରିତ।
Pakistan breeds terrorism’: Indian diplomat’s strong rebuttal at WHO goes viral

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles