Wednesday, June 18, 2025

ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ହେଲେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲଙ୍କୁ ମିଳିଛି ନୂଆ ଦାୟିତ୍ୱ। ପ୍ରଫୁଲଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଶ୍ରମିକ ମାନଙ୍କ ସୁରକ୍ଷା ତଥା ରାଜ୍ୟରେ ଶ୍ରମିକ ମାନଙ୍କୁ ହକ୍‌ ପ୍ରଦାନ ନେଇ ୨୦୧୭ ମସିହାରେ ଗଠନ ହୋଇଥିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ। ସୂଚନାଯୋଗ୍ୟ ଯେ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଫୁଲ୍ଲ ସାମଲ। ୧୯୯୦ ଓ ୧୯୯୫ରେ ସେ ଜନତା ଦଳ ଟିକେଟରେ ଭଦ୍ରକ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୦୧ରେ ଭଦ୍ରକ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସେ ବିଜେଡି ଟିକେଟରେ ଛିଡ଼ା ହୋଇ ବିଜୟୀ ହୋଇଥିଲେ।

୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେଡି ଟିକେଟରେ ଭଣ୍ଡାରିପୋଖରୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୪ରେ ପୁଣି ଭଦ୍ରକ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ପ୍ରଫୁଲ୍ଲ ସାମଲ। ତେବେ ସେ ବିଜେପିର ସୀତାଂଶୁ ଶେଖର ମହାପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ ପ୍ରଫୁଲ ସାମଲ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles