Thursday, June 19, 2025

ଅପରାଜିତାଙ୍କ ସାରଥୀ ସାଜିଛନ୍ତି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: କାଳୁ ନୁହେଁ କି ରଶ୍ମି ନୁହେଁ। ବାହୁବଳୀ ବିଧାୟକଙ୍କୁ ଧରି ବୁଲିଲେ ଅପରାଜିତା। କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ ରାଜ୍ୟରେ ଯେ କୌଣସି ସ୍ଥାନକୁ ଗଲେ ଅପରାଜିତା ଷଡ଼ଙ୍ଗୀଙ୍କ ସାଥିରେ ଥାଆନ୍ତି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର। ଅନୁଭବ ହୁଏ ସତେ ଯେପରି ରଶ୍ମୀ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ସଭାପତି ନୁହଁ, ଅପରାଜିତାଙ୍କ ଆଟେଣ୍ଡାଣ୍ଟ। କିନ୍ତୁ ଏବେ ଦେଖାଦେଇଛି ଏକ ବଡ଼ ପରିବର୍ତ୍ତନ। ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ଯୋଗଦେବା ପରେ ଏବେ ଖୋର୍ଦ୍ଧାରେ ତାଙ୍କ ନିଜ ଘରେ ଖୋଲିଲେ ବିଜେପିର ଏକ ନୂତନ କାର୍ଯ୍ୟାଳୟ। ଉଦ୍ଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କିନ୍ତୁ ଉପସ୍ଥିତ ନଥିଲେ ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର କିମ୍ୱା ଗତ ନିର୍ବାଚନରେ ବିଜେପିର ଖୋର୍ଦ୍ଧା ବିଧାୟକ ପାର୍ଥି କାଳୁଚରଣ ଖଣ୍ଡୟତରାୟ। ଏହାପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିରାକାରପୁର – ଡିଆ ପଞ୍ଚାୟତରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଅପରାଜିତା ଷଡ଼ଙ୍ଗୀ। ଏଠି ମଧ୍ୟ ସାଙ୍ଗରେ ନଥିଲେ ଜିଲ୍ଲା ରଶ୍ମୀରଞ୍ଜନ ମହାପାତ୍ର କିମ୍ୱା କାଳୁଚରଣ ଖଣ୍ଡୟତରାୟ। ରଶ୍ମୀ ମହାପାତ୍ରଙ୍କ ଆଦୌ ଦେଖା ମିଳିନଥିବା ବେଳେ ଆଗୁଆ ଯାଇ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ କାଳୁ ଖଣ୍ଡାୟତରାୟ। ଅପରାଜିତାଙ୍କ ସାଙ୍ଗରେ ଥିଲେ ସେହି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତ ଜଗଦ୍ଦେବ ସେଠାରେ ପୂରା ହାବି ହୋଇଯାଇଥିଲେ। ତାଙ୍କୁ ପ୍ରଦାନ କରାଯାଇଥିବା ବିଜେପି ଉତ୍ତରୀୟକୁ ସେ ନିଜ ବେକରୁ କାଢ଼ି କାଳୁ ଖଣ୍ଡାୟତରାୟଙ୍କ ବେକରେ ପକାଇ ଦେଇଥିଲେ। ଅର୍ଥାତ୍ କାଳୁ ଖଣ୍ଡାୟତରାୟଙ୍କୁ ଏକ କର୍ମୀ ସଦୃଶ୍ୟ କରିଦେଇଥିଲେ ଗଣେଶ ଜଗଦ୍ଦେବ।

କାଳୁ ଖଣ୍ଡାୟତରାୟ ମଧ୍ୟ ଖୁବ୍ ଅପ୍ରସ୍ତୁତ ଜଣାପଡ଼ୁଥିଲେ। ଏପରିକି ଡିଆ କପିଳେଶ୍ୱର ମନ୍ଦିର ଦର୍ଶନ କରି ଅପରାଜିତା ବାହାରକୁ ବାହାରିବା ମାତ୍ର କାଳୁ ଖଣ୍ଡାୟତରାୟ ସାଂସଦଙ୍କୁ ଡାକି ତରବରିଆ ଭାବରେ ସାଂସଦ କଲ୍ୟାଣ ପାଣ୍ଠି ଦ୍ୱାରା ସେଠାରେ ଲାଗିଥିବା ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉଦ୍ଘାଟନ କରିଦେଇଥିଲେ କାଳୁ ଖଣ୍ଡାୟତରାୟ। ସେତେବେଳକୁ ପ୍ରଶାନ୍ତ ଜଗଦ୍ଦେବ ମନ୍ଦିର ଭିତରେ ଥିଲେ, ବାହାରକୁ ବାହାରିନଥିଲେ। ତେବେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସାଂସଦଙ୍କ ଜଣେ ଅତି ଖାସ୍ ଲୋକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଡାକ ବୋଲି ବାରମ୍ବାର କହୁଥିଲେ। ଏଥିରୁ ଅପରାଜିତା ପ୍ରଶାନ୍ତ ଜଗଦ୍ଦେବଙ୍କୁ କେତେ ଗୁରୁତ୍ୱ ଦେଉଛନ୍ତି ଏବଂ ରଶ୍ମୀମହାପାତ୍ର ଏବଂ କାଳୁ ଖଣ୍ଡାୟତରାୟ କେତେ ଅସହାୟ ହୋଇ ପଡ଼ିଛନ୍ତି, ତାହା ସ୍ପଷ୍ଟ ବାରି ହୋଇଯାଉଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles