ଭୁବନେଶ୍ୱର: ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା ହୋଇଛି। ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ୨୭୭ଟି ସାହସିକତା ପୁରସ୍କାର ଅନୁମୋଦନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାସହ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ମଧ୍ୟ ପୁରସ୍କାର ଘୋଷଣା ହୋଇଛି। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗ ପାଇଁ ଏହି ସମ୍ମାନ ପାଇବେ। ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ମିଳିବ ସମ୍ମାନ। ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ତାଲିକା ଏହି ପ୍ରକାଶ ପାଇଛି। ୨୭୭ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର । ସୂଚନା ଅନୁଯାୟୀ, ଓଡ଼ିଶାର ୧୫ ଜଣଙ୍କୁ ଦିଆଯିବ ସାହସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଗୃହବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାର୍ଲାଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ସେହିପରି କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ। ଏହାଛଡ଼ା ଓଡ଼ିଶାର ୧୧ ପୁଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ। ଆଇଜି ସତ୍ୟବ୍ରତ ଭୋଇଙ୍କ ସହ ୩ ଜଣ ଡିଏସପି ରାଙ୍କ ଅଧିକାରୀ ପାଇବେ ପଦକ।