Thursday, June 19, 2025

ସ୍କେଟିଂ କରି ରାମେଶ୍ୱରମରୁ ଅଯୋଧ୍ୟାରେ ପହଞ୍ଚିଲେ ରାମଭକ୍ତ

ଅଯୋଧ୍ୟା: ଜାନୁଆରୀ ୨୨ରେ ହେବାକୁ ଯାଉଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ। ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଲୋକମାନେ ବିଶାଳ ଉଦଘାଟନକୁ ଅପେକ୍ଷା କରି ରହିଛନ୍ତି। ଏହି ପବିତ୍ର କ୍ଷଣର ସାକ୍ଷୀ ବନିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ରାମ ଭକ୍ତ ଅଯୋଧ୍ୟା ପହଁଚୁଛନ୍ତି। ଏଭଳି ଜଣେ ଭକ୍ତ ଅଛନ୍ତି ଯିଏକି ସ୍କେଟିଂ କରି ତାମିଲନାଡୁର ରାମେଶ୍ୱରମ ସ୍ଥିତ ରାମସେତୁରୁ ଅବଧପୁରୀରେ ପହଂଚିଛନ୍ତି। ପ୍ରାୟ ୪୫୩୨ କିଲୋମିଟର ଏହି ଧର୍ମେସେତୁ ଯାତ୍ରାକୁ ସେ ୭୨ଦିନରେ ପୂରଣ କରିଛନ୍ତି। ୨୨ ବର୍ଷୀୟ ଅଗସ୍ତ୍ୟ ଗୁଜରାଟ ଆନନ୍ଦ ସହରର ବାସିନ୍ଦା। ୨୦୨୩ ନଭେମ୍ବର ୫ ତାରିଖରେ ସେ ରାମସେତୁରୁ ନିଜର ଯାତ୍ରା ସ୍କେଟିଂ ଯୋଗେ ଆରମ୍ଭ କରିଥିଲେ। ଯାତ୍ରା ସମୟରେ ସେ ୫ଟି ରାଜ୍ୟ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ହୋଇ ସେ ଅଯୋଧ୍ୟାରେ ପହଞ୍ଚିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles