ମୁମ୍ବାଇ: ବାହା ହେଇଯିବେ ରଶ୍ମିକା ମନ୍ଦାନା। ଆର ମାସରେ ରଶ୍ମିକା ମନ୍ଦାନାଙ୍କର ହେବାକୁ ଯାଉଛି ନିର୍ବନ୍ଧ। ସାଉଥ୍ ଇଣ୍ଡଷ୍ଟ୍ରୀର ଏକ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା। ଏହି ସେଲିବ୍ରିଟି ପ୍ରେମୀ ଯୁଗଳ ପରସ୍ପରକୁ ଅନେକ ଦିନରୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏଯାବତ୍ ସେମାନେ ସେମାନଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲି କିଛି କହିନାହାନ୍ତି। କିଛିଦିନ ପୂର୍ବରୁ ଉଭୟ ନୂଆବର୍ଷ ଏକାଠି ପାଳିବା କଥା ମଧ୍ୟ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା। ଏବେ ଏହି ପ୍ରେମୀ ଯୁଗଳଙ୍କର ବହୁତ ଜଲ୍ଦି ନିର୍ବନ୍ଧ ହେବ ବୋଲି କୁହାଯାଉଛି। ଫେବୃଆରୀ ଦ୍ବିତୀୟ ସପ୍ତାହରେ ସେମାନଙ୍କର ନିର୍ବନ୍ଧ ଅନୁଷ୍ଠିତ ହେବ ବୋଲି ଅନେକ ରିପୋର୍ଟରେ ପ୍ରକାଶ ପାଇଛି। ‘ଗୀତା ଗୋବିନ୍ଦମ୍’ ସୁଟିଂ ସେଟ୍ରେ ପ୍ରଥମେ ବିଜୟ ଓ ରଶ୍ମିକାଙ୍କର ଦେଖାସାକ୍ଷାତ ହୋଇଥିଲା। ଏହିଠାରୁ ହିଁ ସେମାନଙ୍କର ପ୍ରେମ ଆରମ୍ଭ ହୋଇଥିଲା। ଏହି ଫିଲ୍ମ ସେତେବେଳେ ସୁପର୍ହିଟ୍ ହୋଇଥିଲା। ବିଜୟଙ୍କ କାମ କଥା କହିବାକୁ ଗଲେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଫ୍ୟାମିଲି ଷ୍ଟାର୍’କୁ ନେଇ ଚର୍ଚ୍ଚାରେ। ସେହିଭଳି ରଶ୍କିକା ‘ପୁଷ୍ପା-୨’ରେ ଦେଖାଯିବେ।