Wednesday, June 18, 2025

ଆର୍‌ବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ପେଟିଏମ୍‌ ବ୍ୟାଙ୍କିଙ୍ଗ୍ ସେବା ରଦ୍ଦ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପେଟିଏମର ବ୍ୟାଙ୍କିଙ୍ଗ୍ ସହଯୋଗୀ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍‌)ର ବ୍ୟାଙ୍କିଙ୍ଗ୍ ସେବାକୁ ତୁରନ୍ତ ପ୍ରଭାବ ସହିତ ରଦ୍ଦ କରିଛି। ଏହାପରେ ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ଏହାର ସେବାରେ ଆଉ ନୂଆ ଗ୍ରାହକ ଯୋଡ଼ି ପାରିବ ନାହିଁ। ନିୟମ ଅନୁପାଳନ ନକରିବାରୁ ବ୍ୟାଙ୍କିଙ୍ଗ ନିୟାମକ ଆଇନ ଅନୁଯାୟୀ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ବିରୋଧରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି। ଆରବିଆଇ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶ ପରେ ଆରବିଆଇ କମ୍ପାନୀକୁ ୨୯ ଫେବୃଆରୀ ପରେ ଅର୍ଥାତ୍‌ ମାର୍ଚ୍ଚ ପହିଲାଠାରୁ ଏହାର ବର୍ତ୍ତମାନର ଗ୍ରାହକଙ୍କ ଆକାଉଣ୍ଟରେ ଅର୍ଥ ରାଶି ପଇଠ କରିବା ଉପରେ ମଧ୍ୟ ରୋକ୍‌ ଲଗାଇଛି। ଏହାପରେ, ପେଟିଏମ୍ ପେମେଣ୍ଟସ ବ୍ୟାଙ୍କରେ କୌଣସି କ୍ରେଡିଟ୍/ଜମା କାରବାର ହୋଇପାରିବନାହିଁ। ତେଣୁ ଫେବୃଆରୀ ୨୯ ପରେ, ପେମେଣ୍ଟ ବ୍ୟାଙ୍କ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବାରେ ମଧ୍ୟ ସକ୍ଷମ ହେବ ନାହିଁ। ତେବେ, ଆରବିଆଇ ଏହା ସ୍ପଷ୍ଟ କରିଦେଇଛି ଯେ ପେଟିଏମ ପେମେଣ୍ଟସ ବ୍ୟାଙ୍କର ବର୍ତ୍ତମାନର ଗ୍ରାହକ ସେମାନଙ୍କ ଆକାଉଣ୍ଟରେ ରହିଥିବା ଅର୍ଥ ରାଶିକୁ ସମ୍ପୂର୍ଣ୍ଣ ଉପଯୋଗ କରିପାରିବେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles