ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ମୁକୁଟ ପିନ୍ଧିଲେ ରିୟା ସିଙ୍ଘା l ରାଜସ୍ଥାନର ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ପ୍ରତିଯୋଗିତାର ଟାଇଟଲ୍ ଜିତିଛନ୍ତି ରିୟା ସିଙ୍ଘା l ରିୟାଙ୍କୁ ଏହି ମୁକୁଟ ପିନ୍ଧାଇଛନ୍ତି ବଲିଉଡ ସୁନ୍ଦରୀ ଉର୍ବଶୀ ରାଉତେଲା। ୫୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମୁକୁତା ହାତେଇଛନ୍ତି ରିୟା। ଏହା ପରେ ରିୟା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ବିଜେତା ହୋଇ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କରିବେ। ସେହିପରି ପ୍ରାନଜଲ ପ୍ରିୟା ପ୍ରଥମ ରନର୍ ଅପ୍ ଘୋଷିତ ହୋଇଥିବା ବେଳେ ଛବି ଭର୍ଗ ଦ୍ୱିତୀୟ ରନର୍ ଅପ୍ ଘୋଷିତ ହୋଇଛନ୍ତି। ମିସ୍ ୟୁନିଭର୍ସ ଇଣ୍ଡିଆ- ୨୦୨୪ ପ୍ରତିଯୋଗିତାର ଟାଇଟଲ୍ ଜିତିବା ପରେ ରିୟା ସିଙ୍ଘା କହିଛନ୍ତି, ‘ଆଜି ଟାଇଟଲ୍ ଜିତିବା ପରେ ମୁଁ ବହୁତ କୃତଜ୍ଞ।’ ଏହି ସ୍ତରରେ ପହଞ୍ଚିବା ପାଇଁ ମୁଁ ବହୁତ କଠିନ ପରିଶ୍ରମ କରିଛି। ପୂର୍ବ ବିଜେତା ମାନେ ତାଙ୍କୁ ବହୁତ ଅନୁପ୍ରାଣିତ କରିଛନ୍ତି ବୋଲି କହିଛନ୍ତି ରିୟା।