Wednesday, December 25, 2024

କରୁଥିଲେ ରେଲୱେ ଲୁହା ଚୋରୀ: ମାଡ଼ି ବସିଲା ଆରପିଏଫ୍

ଭୁବନେଶ୍ୱର: ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ୍ ଅନ୍ତର୍ଗତ ଭୁବନେଶ୍ୱର ଶିଳ୍ପାଞ୍ଚଳ, ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟରୁ ରେଳବାଇ ଲୁହା ଚୋରୀ କରୁଥିବା ବେଳେ ୩ ଜଣ ଦୁର୍ବୁତ୍ତଙ୍କୁ ମାଡ଼ି ବସିଲେ ଜଣେ ଆରପିଏଫ୍ ଯବାନ୍। OD-33- S- 2081 ନମ୍ବର ବିଶିଷ୍ଟ ଏକ ସ୍କୁଟିରେ ଆସି OD- 02- 8948 ନମ୍ବର ବିଶିଷ୍ଟ ଏକ ପାସେଞ୍ଜର ଅଟୋରେ ଲୋଡ଼ କରି ରେଳବାଇ ଲୁହା ଚୋରୀ କରି ନେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜାଗା ଉପରେ ପହଞ୍ଚି ଆରପିଏଫ୍ ଯବାନ ଅରୁଣ କୁମାର ରାଉତରାୟ ଗୋଡ଼ାଇ ଗୋଡ଼ାଇ ୩ ଜଣ ଦୁର୍ବୁତ୍ତଙ୍କୁ ଧରିଥିଲେ। ୩ ଜଣ ଦୁର୍ବୁତ୍ତଙ୍କୁ ଉପରିସ୍ଥ ଅଧିକାରୀଙ୍କୁ ହସ୍ତାନ୍ତର କରିବା ସହ ଅଟୋ ଏବଂ ସ୍କୁଟି ଜବତ ହୋଇଛି। ସଂପୃକ୍ତ ୩ ଜଣ ଦୁର୍ବୁତ୍ତଙ୍କର ସ୍ପଷ୍ଟ ପରିଚୟ ମିଳି ପାରିନଥିବା ବେଳେ ସେମାନେ ଭୁବନେଶ୍ୱର ଉପକଣ୍ଠ ବସ୍ତି ଅଞ୍ଚଳର ବୋଲି ସୂଚନା ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles