ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏକ ଦୁଃଖଦ ଘଟଣା ଘଟିଛି। ଚାକିରୀର ପ୍ରଥମ ଦିନରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବ ଆଇପିଏସ୍ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତ ଆଇପିଏସ ଅଧିକାରୀ ହେଉଛନ୍ତି ମଧ୍ୟପ୍ରଦେଶର ୨୬ ବର୍ଷୀୟ ହର୍ଷବର୍ଦ୍ଧନ ସିଂହ। କର୍ଣ୍ଣାଟକ କ୍ୟାଡର ୨୦୨୩ ବ୍ୟାଚ୍ ଆଇପିଏସ ହର୍ଷବର୍ଦ୍ଧନ ତାଙ୍କ ଚାକିରୀର ପ୍ରଥମ ପୋଷ୍ଟିଂ ପାଇଁ କାରରେ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଗାଡ଼ି। କର୍ଣ୍ଣାଟକର ହାସେନ ଜିଲ୍ଲାର ତାଙ୍କର ଜଏନିଂ ଥିଲା। ହର୍ଷବର୍ଦ୍ଧନ ଯାଉଥିବା କାରର ଟାୟାର ଅଚାନକ ଫାଟି ଯିବାରୁ ଗାଡ଼ି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଆଇପିଏସ ହର୍ଷବର୍ଦ୍ଧନଙ୍କର ମୃତ୍ୟୁ ଘଟିଥିଲା।