Tuesday, December 24, 2024

ସଞ୍ଜୟ ମାଲହୋତ୍ରା ନୂଆ ଆରବିଆଇ ଗଭର୍ଣ୍ଣର ନିଯୁକ୍ତ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ନୂଆ ଗଭର୍ଣ୍ଣ ଭାବେ ନିଯୁକ୍ତ ହୋଇଛନ୍ତି ସଞ୍ଜୟ ମାଲହୋତ୍ରା। ଦେଶର ରାଜସ୍ୱ ସଚିବ ଭାବେ କାମ କରୁଥିବା ସଞ୍ଜୟ ମାଲହୋତ୍ରା ଆସନ୍ତା ବୁଧବାରରୁ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବେ। ୩ ବର୍ଷ ପାଇଁ ସେ ଆରବିଆଇ ଗଭର୍ଣ୍ଣର ଦାୟିତ୍ବରେ ରହିବେ। ଏବେ ଆରବିଆଇ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ଆସନ୍ତା କାଲି ଶେଷ ହେଉଛି ତାଙ୍କ କାର୍ଯ୍ୟକାଳ। ଶକ୍ତିକାନ୍ତ ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ। ଏବେ ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ। ୧୯୯୦ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇଏଏସ ହେଉଛନ୍ତି ସଞ୍ଜୟ ମାଲହୋତ୍ରା। ସେ ଦୀର୍ଘ ୩୩ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟରେ ଥିବା ବେଳେ ପ୍ରଶାସନିକ ସେବାରେ ତାଙ୍କରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ପ୍ରାପ୍ତ ସଞ୍ଜୟ ମାଲହୋତ୍ରା ଲୋକନୀତି ବିଷୟ ବସ୍ତୁରେ ଆମେରିକାର ପ୍ରିନ୍ସଟନ ବିଶ୍ୱ ବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଦେଶର ରାଜସ୍ୱ ସଚିବ ଦାୟିତ୍ବ ପୂର୍ବରୁ ସେ ଅର୍ଥନୀତି ସେବାର ସଚିବ ଭାବେ କାମ କରୁଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଅର୍ଥ ଏବଂ ଟିକସ ବ୍ୟବସ୍ଥା ସହ କାର୍ଯ୍ୟ କରିବାର ତାଙ୍କର ବେଶ୍ ଅଭିଜ୍ଞତା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles