Thursday, June 19, 2025

ଜଟଣୀରୁ ବିଧାୟକ ଲଢ଼ିପାରନ୍ତି ଡ. ସନ୍ତୋଷ ଜେନା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ସଭିଏଁ ଚଳଚଞ୍ଚଳ ହୋଇଗଲେଣି। ତେବେ ଓଡ଼ିଶାରେ ବିଜେପି – ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଉଭୟ ବିଜେପି – ବିଜେଡି ସମେତ କଂଗ୍ରେସ ଦଳର ନେତାନେତ୍ରୀ ତଥା କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଆଶା ଓ ଆଶଙ୍କା ଭରି ରହିଛି। ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିବା ପାର୍ଥି ମାନେ ଯିଏ ଯାହା ରଣନୀତିରେ ବ୍ୟସ୍ତ ଅଛନ୍ତି। କିଏ ସ୍ଥିତି ପରଖୁଛି ତ’, କିଏ ଦଳବଦଳ କରି ସାରିଲାଣି। କିଏ ଦଳବଦଳ କରିବାକୁ ଅନେଇ ବସିଛି ତ’, କିଏ ପୁଣି ସ୍ୱାଧୀନ ଭାବରେ ଲଢ଼ିବା ପାଇଁ ବଳ କସୁଛି। ଏହା ଭିତରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀରୁ ପାର୍ଥି ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଡ. ସନ୍ତୋଷ ଜେନା। ସନ୍ତୋଷ ଜେନା ଏବେ ବିଜେଡିରେ ଅଛନ୍ତି। ପୂର୍ବରୁ ସେ ବିଜେପିରେ ଥିଲେ ଏବଂ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବରେ ଦାୟିତ୍ୱରେ ମଧ୍ୟ ଥିଲେ। କିନ୍ତୁ ମଝିରେ ଗୁରୁତ୍ୱର ଅସୁସ୍ଥତା କାରଣରୁ କିଛି ଦିନ ଧରି ସନ୍ତୋଷ ରାଜନୀତିରୁ ଦୂରେଇ ରହିଥିଲେ। ସୁସ୍ଥ ହୋଇ ଫେରିବା ପରେ ପୁଣି ବିଜେପିରେ ସକ୍ରିୟ ହୋଇ କାମ କଲେ ଏବଂ ଜଟଣୀରୁ ବିଧାୟକ ଭାବେ ଲଢ଼ିବା ପାଇଁ ଆଶା ରଖିଲେ ସନ୍ତୋଷ। ତେବେ, ରାଜ୍ୟ ବିଜେପିର ଜଣେ ଶୀର୍ଷ ନେତୃତ୍ୱ ତାଙ୍କୁ ଟିକେଟ୍ ଦେବାର ପ୍ରତିଶୃତି ଦେଇ ଶେଷ ସମୟରେ ପ୍ରତାରଣା କଲେ। ଏହାପରେ ସନ୍ତୋଷ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିଲେ।

ଏବେ ସନ୍ତୋଷ ବିଜେଡିରେ ଅଛନ୍ତି ଏବଂ ଟିକେଟ୍ ପାଇଁ ଆଶାୟୀ ଅଛନ୍ତି। ବିଜେପି – ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ସନ୍ତୋଷ ଯେ କୌଣସି ସ୍ଥିତିରେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଅଛନ୍ତି। ଏପରି ସ୍ଥିତିରେ ସନ୍ତୋଷ ବିଜେପିକୁ ଯିବା କିମ୍ବା ହୁଏତ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବାକୁ ଅସ୍ବୀକାର କରାନଯାଇ ପାରେ। ସୂଚନାଯୋଗ୍ୟ ଯେ ଡ. ସନ୍ତୋଷ ଜେନା କ୍ରମାଗତ ଭାବରେ ଜଟଣୀ ନିର୍ବାଚନ ମଣ୍ଡଳୀ ଲୋକଙ୍କ ସହିତ ସଂପର୍କରେ ଅଛନ୍ତି। ରାଜନୈତିକ ବ୍ୟକ୍ତି ବ୍ୟତୀତ ସନ୍ତୋଷଙ୍କର ଜଣେ ସମାଜସେବୀ ଭାବରେ ପରିଚୟ ରହିଛି। ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ସନ୍ତୋଷ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଜଡ଼ିତ ଅଛନ୍ତି। ଗରୀବ ଅଭାବୀ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ, ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ନାମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ ତଥା ସହଯୋଗ କରିବା, କ୍ରୀଡ଼ା କ୍ଷେତ୍ରରେ ବିଭିନ୍ନ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟରେ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହିତ କରିବା ଆଦି ସମେତ ଘରପୋଡ଼ି ଠାରୁ ଆରମ୍ଭ କରି ଶୀତ, ବନ୍ୟା, ବାତ୍ୟା ଆଦି ସମୟରେ ସହଯୋଗର ହାତ ବଢ଼ାଇ ଜଟଣୀ ଜନସାଧାରଣଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସନ୍ତୋଷ ଜେନା। ଦେଖାଯାଉ କ’ଣ ହେଉଛି ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles