ଭୁବନେଶ୍ୱର: ଜାନୁଆରୀ ୨୭ରେ ସମସ୍ତ ସ୍କୁଲ ଓ କଲେଜ ଛୁଟି। ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପର ଲୋକର୍ପଣ କରିବେ। ସେଥିପାଇଁ ୨୭ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ଏହା ପୂର୍ବରୁ ଗତ ୧୭ ତାରିଖରେ ଲୋକାର୍ପିତ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମଧ୍ୟ ରାଜ୍ୟ ସରକାର ଛୁଟି ଘୋଷଣା କରିଥିଲେ। ସମ୍ବଲପୁରର ସମଲେଇ ପ୍ରକଳ୍ପ ଲୋକର୍ପଣ ଉତ୍ସବ ପାଇଁ ଜୋରସୋରରେ କାର୍ଯ୍ୟ ଜାରି ରହିଛି। ୪୦ ଏକର ପରିମିତ ଅଞ୍ଚଳରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ ହୋଇଛି। ଏହି କାର୍ଯ୍ୟ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଉଛି। ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକର୍ପଣ କରିବେ।