Wednesday, June 18, 2025

ବାଘଛାଲ ଜବତ: ଦୁଇ ଗିରଫ୍

ଭୁବନେଶ୍ୱର: ଦେଓଗାଁ ରେଞ୍ଜ ଜାମୁଟ ଗାଁ’ରେ ଚଢ଼ାଉ କରି ବାଘଛାଲ ଜବତ କରିଛି ବନବିଭାଗ। ଡିଏଫଓ ନିତିଶ କୁମାରଙ୍କ ନେତୃତ୍ବରେ ଦେଓଗାଁ ରେଞ୍ଜରେ ଏହି ଚଢ଼ାଉ ହୋଇଥିବା ବେଳେ ବେଆଇନ ବାଘଛାଲ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଅଭିଯୁକ୍ତ ଦୁଇ ଜଣ ହେଲେ ହେଲେ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଫଟାମୁଣ୍ଡର ଦିବ୍ୟଶଙ୍କର ବଗର୍ତୀ ଓ ଅନ୍ୟ ଜଣେ ହେଲେ ତୁଷୁରା ଥାନା କଟଗାଁର ମୁକେଶ ମନହିରା ବୋଲି ଜଣାପଡିଛି। ଏହି ୨ ଜଣଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଡିଏଫଓ ନୀତିଶ କୁମାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ବଲାଙ୍ଗୀର ଜିଲ୍ଲାରେ ବାଘଚାଲାଣ ରେକେଟ ଧରାପଡିଛି । ତେବେ ଏହା ଏକ କଲରାପତରିଆ ବାଘର ଛାଲ ହୋଇଥିବା ବେଳେ ଏହା କେଉଁଠାରୁ ଆସିଥିଲା, ଆଉ କିଏ କିଏ ଏହି ଚାଲାଣରେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚଳାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles