Thursday, June 19, 2025

ନୂଆ ବର୍ଷରୁ ସିମ୍ କାର୍ଡ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ: ନୂଆବର୍ଷରୁ ଦେଶରେ ଲାଗୁ ହେବାକୁ ଯାଉଛି କିଛିନୂଆ ନିୟମ। ଏଥିମଧ୍ୟରୁ ସିମ୍‌ କାର୍ଡ ନିୟମ ଅନ୍ୟତମ। ଜାନୁଆରୀ ପହିଲାରୁ ସିମ୍ କାର୍ଡ ସମ୍ବନ୍ଧୀୟ ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଜାନୁଆରୀ ପହିଲା ଠାରୁ ସିମ୍ କାର୍ଡ କିଣିଲେ କେବଳ ଡିଜିଟାଲ୍ କେୱାଇସି ରହିବ। ସିମ୍ କାର୍ଡ ଇସ୍ୟୁ ପ୍ରକ୍ରିୟା ଅଧିକ ତୀବ୍ର ହେବ। ପୂର୍ବ ଭଳି ଆଉ ଫିଜିକାଲ ଯାଞ୍ଚ ପାଇଁ ଡକ୍ୟୁମେଣ୍ଟ ସଂଗ୍ରହ କରିବାକୁ ପଡ଼ିବ ନାହିଁ। ଏହି ନୂଆ ନିୟମ କାର୍ଯ୍ୟକାରୀ ହେଲେ ଗ୍ରାହକଙ୍କୁ ଏକ ନୂତନ ସିମ୍ କାର୍ଡ ପାଇବା ସହଜ ହେବ। ଜାନୁଆରୀ ପହିଲାରୁ ସିମ୍ କାର୍ଡ କିଣିବା ଉପରେ କେବଳ ଡିଜିଟାଲ୍ କେୱାଇସି ବ୍ୟବସ୍ଥା ଜରିଆରେ ଡକ୍ୟୁମେଣ୍ଟଗୁଡିକର ଯାଞ୍ଚ କରାଯିବ। ଏହି ନୂଆ ବ୍ୟବସ୍ଥାର କାର୍ଯ୍ୟାନ୍ବୟନ ନେଇ କେନ୍ଦ୍ର ସରକାର ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି। ଅଗଷ୍ଟରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇଥିଲା। ଏହି ଅବଧି ମଧ୍ୟରେ, ସିମ୍ କାର୍ଡ ବିକ୍ରେତାମାନଙ୍କର ଯାଞ୍ଚ ମଧ୍ୟ କରାଯିବ। ବାସ୍ତବରେ ସାଇବର ଠକେଇର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି ଏବଂ ଏହି ପ୍ରସଙ୍ଗରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ, ଯେ କୌଣସି ବ୍ୟକ୍ତିଙ୍କ ନାମରେ ଦିଆଯାଇଥିବା ସିମ୍ କାର୍ଡ ଜଣେ ପାଇପାରୁଥିଲେ ଏବଂ ତାହାକୁ ବ୍ୟବହାର କରୁଥିଲେ।

ସିମ୍‌ କାର୍ଡ ନିୟମ ଲାଗୁ କରାଯିବା ପରେ ଡକ୍ୟୁମେଣ୍ଟର ଡିଜିଟାଲ କେୱାଇସି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଦ୍ବାରା ଆଉ କେହି ଅନ୍ୟ ଜଣଙ୍କର ସିମ୍ କାର୍ଡ ବ୍ୟବହାର କରିପାରିବେ ନାହିଁ। ବର୍ତ୍ତମାନ ନୂଆ ସମି୍‌ କାର୍ଡ ନିୟମ ଲାଗୁ କରିବା କ୍ଷେତ୍ରରେ ବିତରକ, ଷ୍ଟୋର କର୍ମଚାରୀ ଏବଂ ପଏଣ୍ଟ ଅଫ୍ ସେଲ୍‌ର ଯାଞ୍ଚ କରାଯିବ। ଏହା ସ୍ପଷ୍ଟ କରିବ ଯେ ସିମ୍ କିଏ ଇସ୍ୟୁ କରିଛନ୍ତି। ଯଦି କିଛି ଭୁଲଭାଲ୍‌ ହୁଏ, ତେବେ ସେ ହିଁ ଉତ୍ତରଦାୟେ ରହିବେ। ଏହାର ଅର୍ଥ ହେଉଛି ସରକାର ଠକେଇ ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି। ଏଗୁଡିକର ମୁକାବିଲା ପାଇଁ କ୍ରମାଗତ ଭାବରେ ନୂତନ ରଣନୀତି ପ୍ରସ୍ତୁତ କରାଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles