ହୋଲି ଖେଳିବା ବେଳେ ଏହି ସବୁ ସତର୍କତା ଅବଲମ୍ବନ କରନ୍ତୁ –
● ରଙ୍ଗରୁ କୌଣସି ପ୍ରକାର ରାସାୟନିକ କିମ୍ବା ପେଟ୍ରୋଲ୍ ବାସ୍ନା ଆସୁଥିଲେ କିମ୍ବା ରଙ୍ଗ ପାଣିରେ ସମ୍ପୂର୍ଣ୍ଣ ରୂପେ ମିଶୁନଥିଲେ, ସେହି ରଙ୍ଗକୁ କିଣନ୍ତୁ ନାହିଁ।
● ସର୍ବଦା ଅର୍ଗାନିକ୍ ରଙ୍ଗ ବ୍ୟବହାର କରନ୍ତୁ। ବେସନରେ ହଳଦୀ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରି ହୋଲି ରଙ୍ଗ ଭଳି ବ୍ୟବହାର କରାଯାଇ ପାରିବ।
● ରଙ୍ଗ ଖେଳିବା ପୂର୍ବରୁ ମଶ୍ଚରାଇଜର ଲୋଶନ କିମ୍ବା ନଡିଆ ତେଲ ଶରୀରରେ ମାଲିସ୍ କରି ଦିଅନ୍ତୁ। ଏହାଦ୍ଵାରା ଆପଣଙ୍କ ତ୍ଵଚା ସୁରକ୍ଷିତ ରହିବା ସହ ରଙ୍ଗ ଛଡ଼ାଇବା ମଧ୍ୟ ସହଜ ହେବ।
● ରଙ୍ଗ ଦ୍ଵାରା କେଶ ଖରାପ ହେବାର ସମ୍ଭାବନା ଥାଏ। ରଙ୍ଗ ଖେଳିବା ପୂର୍ବରୁ କେଶରେ ତେଲ ଲଗାଇ ଯାଆନ୍ତୁ। ଏହାସହ ଟୋପି ମଧ୍ୟ ବ୍ୟବହାର କରନ୍ତୁ।
● ରଙ୍ଗ ଖେଳିବା ସମୟରେ ଯଦି ଆଖିରେ ରଙ୍ଗ ପଡିଯାଏ, ତେବେ ତୁରନ୍ତ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସନ ଗ୍ଲାସ ପିନ୍ଧନ୍ତୁ।ଆଖିରେ ରଙ୍ଗ ଲାଗିଲେ, ନକୁଣ୍ଡାଇ ପାଣିରେ ଧୋଇ ଦିଅନ୍ତୁ। ସାବୁନ ଲଗାଇବା ଅନୁଚିତ।
● ତ୍ଵଚାକୁ ରଗଡ଼ନ୍ତୁ ନାହିଁ। ଏହା ଦ୍ଵାରା ଚର୍ମର କ୍ଷତି ହୁଏ। ଗାଧୋଇବା ପୂର୍ବରୁ ମୁହଁରେ ମୁଲତାନୀ ମାଟି ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇଲେ ରଙ୍ଗ ସହଜରେ ଛାଡ଼ିଯାଏ