Wednesday, June 18, 2025

ଶ୍ରୀମନ୍ଦିରରେ ଯାଞ୍ଚ ହେବ ମହାପ୍ରସାଦର ମାନ

ଭୁବନେଶ୍ବର: ତିରୁପତି ବାଲାଜୀ ମନ୍ଦିରରେ ଲଡୁ, ନକଲି ଘିଅ ବିବାଦ ଘଟଣା ପରେ ଏବେ ପୁରୀ ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ଅବଢ଼ା, ଶୁଖିଲି ଭୋଗ ଏବଂ ଏହାର ପ୍ରସ୍ତୁତିରେ ଲାଗୁଥିବା ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି, ତିରୁପତି ଘଟଣା ପରେ ଓଡ଼ିଶା ସରକାର ସଜାଗ ଅଛନ୍ତି। ଶ୍ରୀମନ୍ଦିରରେ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯିବା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ। ଖୁବ ଶୀଘ୍ର ଫୁଡ୍ ଇନସ୍ପେକ୍ଟର ନିଯୁକ୍ତ କରାଯାଇ ମହାପ୍ରଭୁଙ୍କର ରୋଷ ଘରକୁ ଯାଉଥିବା ସମସ୍ତ ସାମଗ୍ରୀ ସାମଗ୍ରୀ ଏବଂ ଅବଢାର ମାନ ଯାଞ୍ଚ ହେବ। ଏହାସହିତ ମହାପ୍ରସାଦ ଲାଗି ବ୍ୟବହୃତ ହେଉଥିବା ଘିଅର ମାନ ମଧ୍ୟ ଯାଞ୍ଚ ହେବ। ଏଥିପାଇଁ ଫୁଟ୍ ଇନସ୍ପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯାଇଛି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles