Tuesday, December 24, 2024

ବେଙ୍ଗାଲୁରୁରେ ମହିଳାଙ୍କୁ ୫୦ ଖଣ୍ଡ କରିବା ମାମଲାର ମୂଖ୍ୟ ଅଭିଯୁକ୍ତ ଓଡ଼ିଶା ଭଦ୍ରକ ଜିଲ୍ଲାର: କରିଦେଲା ଆତ୍ମହତ୍ୟା!

ବେଙ୍ଗୁଲୁର/ଭୁବନେଶ୍ୱର: ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କରିଦେଲା ଆତ୍ମହତ୍ୟା। ଭଦ୍ରକରେ ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ପ୍ରତାପ ରାୟ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ଧୁଷୁରି ଥାନା କୁଳେଇପଦା ଗାଁ’ ଶ୍ମଶାନରୁ ମୁକ୍ତି ରଞ୍ଜନର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ, ବେଙ୍ଗାଲୁରୁର ମାଲେଶ୍ୱରମ ଅଞ୍ଚଳରେ ମହାଲକ୍ଷ୍ମୀ ନାମକ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ହତ୍ୟା କରିବା ପରେ ୫୯ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା ମୁଖ୍ୟ ଅଭିଯୁକ୍ତ ମୁକ୍ତି ରଞ୍ଜନ ପ୍ରତାପ ରାୟ। ମୁକ୍ତି ରଞ୍ଜନ ପ୍ରତାପ ରାୟଙ୍କ ଘର ଓଡ଼ିଶାରେ। ସେ ବେଙ୍ଗୁଲୁରରେ ରହି ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲା। ମୃତ ମହିଳାଙ୍କର ପ୍ରେମିକ ଥିଲା ମୁକ୍ତି ରଞ୍ଜନ। ହତ୍ୟାକାଣ୍ଡ ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇ ସେ କଲିକତାରେ ରହୁଥିଲା ବୋଲି ଠାବ କରାଯାଇଥିଲା। ଏହି ହତ୍ୟାକାଣ୍ଡ ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଯାଞ୍ଚ ବେଳେ ଫ୍ରିଜ ଭିତରୁ ମହିଳାଙ୍କର ୫୯ ଖଣ୍ଡ ମାଂସ ଟୁକୁଡା ମିଳିଥିଲା। ଫ୍ରିଜ ନିକଟରେ ଏକ ନୀଳ ସୁଟକେଶ ମଧ୍ୟ ରହିଥିଲା। ସେହି ସୁଟକେଶ ମାମଧ୍ୟମରେ କିଛି ମାଂସ ଟୁକୁଡାକୁ ବାହାରେ ଫିଙ୍ଗା ଯାଇଥିବା ଅନୁମାନ କରୁଛି ପୋଲିସ। ତେବେ ମୃତ ମହିଳା ଜଣଙ୍କ ବିବାହିତ ଥିବା ବେଳେ ପ୍ରାୟ ୬ମାସ ହେବ ସେ ତାଙ୍କ ସ୍ୱାମୀ ଓ ଝିଅଠାରୁ ଅଲଗା ଭଡା ଘରେ ରହୁଥିଲେ। ସେପଟେ ମୃତ ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁସାରେ ପ୍ରେମିକ ହିଁ ମୁଖ୍ୟ ହତ୍ୟାକାରୀ ଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles