Wednesday, December 25, 2024

ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କ ପାଇଁ ରହିବ ସଂରକ୍ଷଣ ଆସନ

ନୂଆଦିଲ୍ଲୀ: ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କ ପାଇଁ ରହିବ ସଂରକ୍ଷଣ ଆସନ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆଜି ଲୋକସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଧେୟକ ଓ ସଂରକ୍ଷଣ ସଂଶୋଧନ ବିଧେୟକ ଉପସ୍ଥାପନ କରିଛନ୍ତି। ଏହି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ଜାମ୍ମୁ କାଶ୍ମୀର ବିଧାନସଭାରେ ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ସଂରକ୍ଷଣ ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ୩ଟି ଆସନରେ ବିଧାୟକ ମନୋନୀତ ହେବ। ୨ଟି ଆସନ ବିସ୍ଥାପିତ ପଣ୍ଡିତଙ୍କ ପାଇଁ ସଂରକ୍ଷିତ ରହିବ ଏବଂ ଗୋଟିଏ ଆସନ ପିଓକେରୁ ଆସିଥିବା ବିସ୍ଥାପିତଙ୍କ ପାଇଁ ରହିବ। କାଶ୍ମୀର ପଣ୍ଡିତଙ୍କ ପାଇଁ ଥିବା ଦୁଇ ଆସନରୁ ଗୋଟିଏ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ସୂଚନାଯୋଗ୍ୟ ଯେ, ଜାମ୍ମୁରେ ପୂର୍ବେ ୩୭ ଆସନ ଥିଲା। ଏବେ ଏହାକୁ ବଢ଼ାଇ ୪୩ କରାଯାଉଛି। ଏହାସହ କାଶ୍ମୀରରେ ପୂର୍ବରୁ ଥିବା ୪୬ ଆସନକୁ ବଢାଇ ୪୭ କରାଯାଇଛି। ଏହା ବ୍ୟତୀତ ପିଓକେର ୨୪ ଆସନକୁ ବି ସଂରକ୍ଷଣ ରଖାଯାଇଛି। ୩୭୦ ଉଚ୍ଛେଦ ପରେ ଏହା ସମ୍ଭବ ହୋଇପାରିଛି ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି। ଏବେ ଜାମ୍ମୁ କାଶ୍ମୀରରେ ମୋଟ ୧୧୪ ଆସନ ରହିବ। ଏଥିରୁ ୯୦ରେ ନିର୍ବାଚନ ହେବ ଓ ଅନ୍ୟ ୨୪ ଆସନ ପିଓକେ ପାଇଁ ରହିବ।୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଆସିଥିବା ପରିବର୍ତ୍ତନ ଉପରେ ବି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ ୧.୬ ଲକ୍ଷ ଲୋକଙ୍କୁ କାଶ୍ମୀରରେ ସ୍ଥାୟୀ ବାସିନ୍ଦାର ପ୍ରମାଣ ପତ୍ର ଦିଆଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଶାହା କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles