Thursday, June 19, 2025

ଭଦ୍ରକ: ଟ୍ରକ୍ ଧକ୍କାରେ ତିନି ବାଇକ୍ ଆରୋହୀ ମୃତ

ଭୁବନେଶ୍ୱର: ଭଦ୍ରକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ। ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ହାଇଟେକ କଲେଜ ଆଗରେ ଘଟିଛି ଏହି ଦୁର୍ଘଟଣା। ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ୩ ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ତିହିଡି ଭାଟପଡା ଗ୍ରାମର ତିନିଜଣ ଯୁବକ ଜିତୁ ପ୍ରଧାନ, ବାପି ପ୍ରଧାନ ଏବଂ ଶଙ୍କର ପ୍ରଧାନ ଏକ ଦଶାହ କାମରେ ଯୋଗ ଦେବାପାଇଁ ଏକ ବାଇକ ଯୋଗେ ସୋର ଯାଉଥିଲା ବେଳେ ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥର ରାଣୀତାଲ ହାଇଟେକ କଲେଜ ପାଖରେ ପଛରୁ ଏକ ଟ୍ରକ ଧକ୍କା ଦେଇ ପଳାଇ ଯାଇଥିଲା। ଖବରପାଇ ଗ୍ରାମଞ୍ଚଳ ପୋଲିସ ପହଞ୍ଚି ମୃତକ ୩ ଜଣକୁ ପୋଷ୍ଟ୍ମର୍ଟମ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles