Thursday, June 19, 2025

ଯାତ୍ରାପାର୍ଟି ଟ୍ରକ୍‌ ଓଲଟି ୫ ମୃତ, ୩ ଗୁରୁତର

ଭୁବନେଶ୍ୱର: ମୟୁରଭଞ୍ଜ ଦୁଆରଶୁଣି ଘାଟିରେ ଭାରସାମ୍ୟ ହରାଇ ଧଉଳି ଗଣନାଟ୍ୟ ଯାତ୍ରାପାର୍ଟିର ଲାଇଟ ଓ ସାଉଣ୍ଡ ବୋଝେଇ ଟ୍ରକ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ୪୯ନମ୍ବର ଜାତୀୟ ରାଜପଥ ଦୁଆରଶୁଣି ଘାଟିରେ ଚାଲିଛି ଘାଟି ମେଳା। ଏଥିପାଇଁ ଜାତୀୟ ରାଜପଥ ଭିଡ଼ ରହିଥିବା ବେଳେ ଘାଟିରୁ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ପରେ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles