Thursday, June 19, 2025

ଋଣଭାର ସହି ନପାରି ଡାକ୍ତର ଦମ୍ପତ୍ତି କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ଋଣଭାର ସହି ନପାରି ଡାକ୍ତର ଦମ୍ପତ୍ତି କଲେ ଆତ୍ମହତ୍ୟା। ବନ୍ଦ ଘରୁ ଡାକ୍ତର ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିନା ସହରର ନନ୍ଦନ କଲୋନୀରେ ଥିବା ଘରୁ ଡାକ୍ତର ବଲବୀର ଏବଂ ମଞ୍ଜୁ କାଇଥୋରିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଋଣ ଭାର ସହି ନପାରି ଡାକ୍ତର ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଦମ୍ପତିଙ୍କ ପୁଅ ସହର ବାହାରେ ରହି ପଢୁଥିଲେ। ଆଜି ଆଜି ସକାଳେ ଘରକୁ ଫେରିବା ପରେ ବାପା ମା’ଙ୍କର ମୃତଦେହ ପଡିଥିବା ଦେଖିଥିଲେ। ମା’ଙ୍କ ମୃତଦେହ ଖଟ ଉପରେ ଓ ବାପାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ଦମ୍ପତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଥିଲେ। ବାଲବୀର କୁରୱାଇର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଲେ ପତ୍ନୀ ମଞ୍ଜୁ ବିନା ସିଭିଲ ହସ୍ପିଟାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଥିଲେ। ବିଷାକ୍ତ ପଦାର୍ଥ ଖାଇବା କିମ୍ବା ଇଞ୍ଜେକ୍ସନ ଦେବା ପରେ ମହିଳାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନ୍ଦ ଘରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି। ଯେଉଁଥିରେ ଉଲ୍ଲେଖ ଅଛି ଯେ ସେମାନେ ବକେୟା ଟଙ୍କା ଓ ଋଣ ପରିଶୋଧ ନେଇ ଚିନ୍ତାରେ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles