Tuesday, July 8, 2025

ଖୁବ୍ ଶୀଘ୍ର ସମୁଦ୍ରର ଲୁଣି ପାଣି ହେବ ମଧୁର ପାନୀୟ ଜଳ

ଭୁବନେଶ୍ୱର: ଖୁବ୍ ଶୀଘ୍ର ସମୁଦ୍ରର ଲୁଣି ପାଣି ହେବ ମଧୁର ପାନୀୟ ଜଳ। ଏଥିପାଇଁ ଓଡ଼ିଶା ସରକାର ନେଇଛନ୍ତି ନୂଆ ପଦକ୍ଷେପ। ଏଥିନେଇ ଖୁବ୍ ଶୀଘ୍ର ଓଡ଼ିଶାକୁ ଆସିବ ଏକ କମ୍ପାନୀ। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବ। ପରେ ଏ’ନେଇ ନିଷ୍ପତ୍ତି ନିଆଯାଇ ପାରିବ ବୋଲି ବିଧାନସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ। ମନ୍ତ୍ରୀ କହିଛନ୍ତି ଯେ, ବୈଜ୍ଞାନିକ ପଦ୍ଧତିରେ ଏହା ସମ୍ଭବ ହେବ। ଏହି ପ୍ରକ୍ରିୟାକୁ ଡିସାଲାଇନେସନ୍ କୁହାଯାଏ। ଏହି ପ୍ରକ୍ରିୟାରେ ସମୁଦ୍ର ଜଳରୁ ଦ୍ରବିଭୂତ ଖଣିଜ ଲବଣକୁ ଅଲଗା କରାଯାଇ ଏହାକୁ ପିଇବା ଯୋଗ୍ୟ ଓ କୃଷି କାର୍ଯ୍ୟରେ ବ୍ୟବହାର ଯୋଗ୍ୟ କରାଯାଇପାରିବ। ଭାରତର ତାମିଲନାଡ଼ୁରେ ମଧ୍ୟ ଏଭଳି ୨ଟି ପ୍ଲାଣ୍ଟ କାର୍ଯ୍ୟ କରୁଛି। ତଥ୍ୟ ଅନୁଯାୟୀ ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ସମୁଦ୍ର ଜଳରୁ ବ୍ୟବହାର ଯୋଗ୍ୟ ପାଣି ଉତ୍ପାଦନ କରୁଥିଲା। ୧୯୯୭ରୁ ୨୦୦୯ ମସିହା ମଧ୍ୟରେ ଉତ୍କଟ ଜଳାଭାବ ସମୟରେ ଅଷ୍ଟ୍ରେଲିଆ ଏହି ପ୍ରିକ୍ରିୟା ଆରମ୍ଭ କରିଥିଲା। ଏହାପରେ ସାଉଦି ଆରବ, ୟୁଏଇ, କୁଏତ, କତାର ଆଦି ମରୁ ଦେଶ ଗୁଡିକ ପାନୀୟ ଜଳାଭାବକୁ ଦୂର କରିବା ପାଇଁ ଏହି ପଦ୍ଧତି ଆପଣାଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles