ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ମାସରେ ଦେଶର ଦୁଇ ରାଷ୍ଟ୍ରମୂଖ୍ୟ ଉପ- ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡ଼ିଶା ତଥା ପୁରୀ ଗସ୍ତରେ ଆସିବେ। ସେପ୍ଟେମ୍ବର ୩ ତାରିଖରେ ଉପରାଷ୍ଟ୍ରପତି ଜଗଦୀପ ଧନକର ପୁରୀ ଆସିବେ ବୋଲି ସୂଚନା ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ୧୭ ତାରିଖରେ ପୁରୀ ଆସିବା ନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।