ନୂଆଦିଲ୍ଲୀ : ବିଶ୍ବରେ ସବୁଠୁ ଅଧିକା ବ୍ୟବହାର ହେଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉଛି ହ୍ବାଟ୍ସଆପ୍। ୟୁଜର ଏକ୍ସପେରିୟନ୍ସକୁ ବଢାଇବା ପାଇଁ କମ୍ପାନୀ ମଝିରେ ମଝିରେ ଏହାର ଫିଚରରେ ପରିବର୍ତ୍ତନ କରିଥାଏ ବା ନୂଆ ନୂଆ ଫିଚର ଆଣିଥାଏ। ଏବେ ଭିଡିଓ କଲକୁ ମଜାଳିଆ କରିବା ପାଇଁ ହ୍ବାଟ୍ସଆପ ଦୁଇଟି ଫିଚର ଆଣିଛି। ବର୍ତ୍ତମାନ ହ୍ବାଟ୍ସଆପ କଲ୍ କରିବା ସମୟରେ ବ୍ୟାକଗ୍ରାଉଣ୍ଡ ପରିବର୍ତ୍ତନ ସହିତ ଫିଲଟର ମଧ୍ୟ ଲଗାଇପାରିବେ। ତେବେ କଲ୍ ଏକ୍ସପେରିୟନ୍ସ ବୃଦ୍ଧି କରିବା ପାଇଁ ଏଭଳି ଫିଚର ରୋଲଆଉଟ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଖୁବଶୀଘ୍ର ଏହା ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ ହେବ। ହ୍ବାଟ୍ସଆପ ପକ୍ଷରୁ କୁହାଯାଇଛି ଯେ, ଫିଲ୍ଟରଗୁଡିକ ଭିଡିଓ କଲକୁ ଅଧିକ ମଜାଳିଆ କରିବ। ଫିଲ୍ଟର ପ୍ରୟୋଗ କରି ଭିଡିଓକୁ ରଙ୍ଗୀନ କରିପାରିବେ। ଉଦାହରଣ ସ୍ବରୂପ ଅଫିସରେ ଥିଲେ ମଧ୍ୟ କଫି ସପରେ ରହିଥିବା ବ୍ୟାକଗ୍ରାଉଣ୍ଡ କରିହେବ। ଅର୍ଥାତ୍ ଏଥର ହ୍ୱାଟ୍ସଆପରେ ସ୍ତ୍ରୀକୁ ଠକିପାରିବ ସ୍ବାମୀ – ସ୍ୱାମୀକୁ ଠକିପାରିବ ସ୍ତ୍ରୀ। ପ୍ରେମିକକୁ ଠକି ପାରିବ ପ୍ରେମିକା ଆଉ ପ୍ରେମିକାକୁ ଠକି ପାରିବ ପ୍ରେମିକ। ସେହିପରି ନୂଆ ଫିଚରରେ ଏଣିକି ୟୁଜର୍ସ ମାନେ ଭିଡିଓ କଲ୍ ସମୟରେ ୨୦ଟି ଫିଲ୍ଟର ଏବଂ ୧୦ଟି ବ୍ୟାକଗ୍ରାଉଣ୍ଡ ପରିବର୍ତ୍ତନ କରିପାରିବେ। ଫିଲଟର ଅପ୍ସନରେ ଓ୍ବାର୍ମ, ବ୍ଲାକ ଆଣ୍ଡ ହ୍ବାଇଟ, ଲାଇଟ ଲିକ୍, ଡ୍ରିମି, ପ୍ରିଜମ ଲାଇଟ, ଭିନଟେଜ ଟିଭି, ଫ୍ରଷ୍ଟେଡ ଗ୍ଲାସ ଏବଂ ଡୁଓ ଟୋନ ରହିଛି। ସେହିଭଳି ବ୍ୟାକଗ୍ରାଉଣ୍ଡ ଅପ୍ସନରେ ବ୍ଲୋର, ଲିଭିଙ୍ଗ ରୁମ, ଅଫିସ, କ୍ୟାଫେ, ପେବେଲ୍ସ, ଫୁଡି, ସ୍ମୁସ, ବିଚ୍, ସନସେଟ୍, ସେଲିବ୍ରେସନ ଏବଂ ଫରେଷ୍ଟ ଅପ୍ସନ ରହିଛି।