Wednesday, June 18, 2025

ଓଃ, କି ନିଷ୍ଠୁର .. ଯୌତୁକ ପାଇଁ ବୋହୂକୁ ଦେଇଦେଲେ ଏଡ୍ସ୍ ଇଞ୍ଜେକ୍ସନ୍!

ନୂଆଦିଲ୍ଲୀ: ଯୌତୁକ ପାଇଁ ଝିଅଟିଏ ଶାଶୂଘରେ ଅନେକ ନିର୍ଯ୍ୟାତନା ସହୁଥିବା ଏପରିକି ହତ୍ୟାର ଶିକାର ହେଉଥିବା ପରି ଅନେକ ଘଟଣା ଅନେକ ସମୟରେ ଲୋକଲୋଚନକୁ ଆସିଥାଏ। ତେବେ, ଯୌତୁକ ପାଇଁ ଶାଶୂ ଘରେ ଏଡ୍ସ୍ ଇଞ୍ଜେକ୍ସନ୍ ଦେଇ ବୋହୂକୁ ଏଡ୍ସ୍ ପେସେଣ୍ଟ୍ କରିଦେବା ଭଳି ଏକ ହୃଦୟ ବିଡାରକ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ସାହାରନପୁର ଥାନା ଗଙ୍ଗୋହ ଅଞ୍ଚଳର ଜଣେ ଝିଅର ୧୫ ଫେବୃଆରୀ ୨୦୨୩ରେ ହରିଦ୍ୱାରର ଜସୱାଲା ନିବାସୀ ଅଭିଷେକ ଓରଫ ସଚିନଙ୍କ ସହ ବିବାହ ହୋଇଥିଲା। ଝିଅର ବାପା ବିବାହ ପାଇଁ ନଗଦ ୧୫ ଲକ୍ଷ ଟଙ୍କା, ଏକ ଭେନ୍ୟୁ କାର, ସୁନା ଏବଂ ରୂପା ଅଳଙ୍କାର ଆଦି ଯୌତୁକ ଭାବେ ଦେଇଥିଲେ। ଯୌତୁକ ସହିତ ପ୍ରାୟ ୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ବଡ଼ ଧୂମଧାମରେ ଝିଅର ବାହାଘର କରିଥିଲେ ପରିବାର ଲୋକେ। ତେବେ, ବିବାହ ପରେ ଶ୍ୱଶୁର ଘର ଲୋକେ ଅଧିକା ଯୌତୁକ ଦାବି କରିବା ଆରମ୍ଭ କଲେ। ଯୌତୁକ ଦାବି ପୂରଣ ନହେବାରୁ ଶାଶୂଘରେ ବୋହୂକୁ ନିର୍ଘାତ ମାଡ଼ ମରାଯିବା ସହିତ ନିର୍ଯ୍ୟାତନା ଦିଆଗଲା। ନିର୍ଯ୍ୟାତନା ସହି ସହି ବୋହୂ ଜଣଙ୍କ ଅସୁସ୍ଥ ହେବାକୁ ଲାଗିଲେ। ହେଲେ ତାଙ୍କୁ ଡାକ୍ତରଙ୍କ ପାଖକୁ ମଧ୍ୟ ନିଆଯାଇ ନଥିଲା। କିନ୍ତୁ, ଯେତେବେଳେ ବିବାହିତ ମହିଳାଙ୍କ ପରିବାର ଲୋକ ତାଙ୍କ ଝିଅକୁ ଏହି ଅବସ୍ଥାରେ ଦେଖି ଡାକ୍ତରଙ୍କ ପାଖକୁ ନେଇଗଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ପରୀକ୍ଷା କରାଯିବା ପରେ ଜଣାପଡ଼ିଲା ଯେ ବୋହୂ ଜଣଙ୍କ ଏଚଆଇଭି ପଜିଟିଭ୍। ଅଭିଯୋଗ ହୋଇଛି ଯେ ଶାଶୁଘର ଲୋକେ ବିବାହିତ ମହିଳାଙ୍କୁ ଏଚଆଇଭି ଇଞ୍ଜେକ୍ସନ ଦେଇ ସଂକ୍ରମିତ କରିଥିଲେ। ପୀଡିତା ଅସୁସ୍ଥତା ହେତୁ ଦୀର୍ଘ ଦିନ ଧରି ତାଙ୍କ ବାପଘରେ ରହୁଛନ୍ତି। ଏବେ, କୋର୍ଟଙ୍କ ନିର୍ଦ୍ଦେଶରେ ସ୍ୱାମୀ ଅଭିଷେକ, ଦିଅର ବିନାୟକ, ନଣନ୍ଦ ପ୍ରୀତି ଏବଂ ଶାଶୂ ଜୟନ୍ତୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ପୀଡିତାଙ୍କ ବାପାମାଆ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles