Thursday, June 19, 2025

ଖୋର୍ଦ୍ଧା ନାଁ ବେଗୁନିଆ, କେଉଁ ଆସନରୁ ଲଢ଼େବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ?

ଭୁବନେଶ୍ୱର: ଖୋର୍ଦ୍ଧା ନାଁ ବେଗୁନିଆ, କେଉଁ ଆସନରୁ ଲଢ଼େବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ? ବିଜେଡିରୁ ଆସି ବିଜେପିରେ ଯୋଗଦେଇଥିବା ବାହୁବଳୀ ବିଧାୟକ ପ୍ରଶାନ୍ତ ଓରଫ୍ ଗଣେଶ ଜଗଦ୍ଦେବ ଏବେ ଚିଲିକା ବିଧାୟକ ଅଛନ୍ତି। ଏହା ପୂର୍ବରୁ ସେ ବେଗୁନିଆ ବିଧାୟକ ଥିଲେ। ତେବେ, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ହେଲା ତାଙ୍କ ଘର। ତେଣୁ, ଏବେ ପ୍ରଶାନ୍ତ କେଉଁ ଆସନରୁ ଲଢ଼ିବେ ନେଇ ଆଲୋଚନା ଜୋର୍ ଧରିଛି। ବିଜେପିରେ ଯୋଗଦେବା ପରେ ପ୍ରଶାନ୍ତ ଜଗଦ୍ଦେବ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଜନ ସଂପର୍କ ଯାତ୍ରାରେ ଯୋଗଦେଲେ। କୁହାଗଲା ପ୍ରଶାନ୍ତ ବୋଧେ ବେଗୁନିଆରୁ ଲଢ଼ିବେ। ତେବେ ଏହାପରେ ହଠାତ୍ ଖୋର୍ଦ୍ଧାରେ ଥିବା ନିଜ ଘରେ ପ୍ରଶାନ୍ତ ଖୋଲିଦେଲେ ବିଜେପି କାର୍ଯ୍ୟାଳୟ। ଏବଂ ଏହାପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିରାକାରପୁର – ଡିଆ ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଗସ୍ତ କରି ଗଣେଶ ଯେଉଁ ଢଙ୍ଗଢାଙ୍ଗ ଦେଖେଇଲେ, ସେଥିରୁ ତାଙ୍କର ପ୍ରଥମ ଚଏସ୍ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବୋଲି ଜଣାପଡ଼ି ଯାଉଥିଲା। ଏହା ସହ ନିଜେ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ପାଇଁ ଆଶାୟୀ ଥିବା ସ୍ପଷ୍ଟ କରି ଦେଇଛନ୍ତି।

ତେବେ, ଏ’ ସବୁଥିରୁ ଯାହା ଜଣାପଡ଼ୁଛି ବହୁବଳୀଙ୍କ ନଜର ଉଭୟ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀ ଉପରେ ରହିଛି। ତେବେ, ପ୍ରଥମ ଚଏସ୍ ଖୋର୍ଦ୍ଧା ଥିବା ବେଳେ ଦ୍ଵିତୀୟରେ ବେଗୁନିଆ ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles