Thursday, June 19, 2025

ସଂଘ ଶିକ୍ଷା ବର୍ଗରେ ଓଡ଼ିଶା ସରକାର .. ‼️ଦେଖନ୍ତୁ ଆରଏସ୍ଏସ୍ ଆଉ ବିଜେପି ଭିତରେ ସଂପର୍କ କଣ .. 

ସଂଘ ଶିକ୍ଷା ବର୍ଗରେ ଓଡ଼ିଶା ସରକାର! ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍) ପୂର୍ବ ପ୍ରାନ୍ତ ୧୫ ଦିନିଆ ପ୍ରଶିକ୍ଷଣ ବର୍ଗ କଟକ, ଗତିରାଉତପାଟଣା ସ୍ଥିତ କେଶବଧାମ ପରିସରରେ ଗତ ଜୁନ୍ ୨ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୮ ତାରିଖରେ ସମାପ୍ତ ହୋଇଯାଇଛି। ଜୁନ୍ ୧୭ ତାରିଖ ସୋମବାର ଦିନ ଅପରାହ୍ନରେ ଏଥି ଉପଲକ୍ଷେ ଆୟୋଜିତ ସମାପନ ଉତ୍ସବ କାର୍ଯ୍ୟକ୍ରମରେ ସଂଘର ରାଷ୍ଟ୍ରୀୟ, କ୍ଷେତ୍ରୀୟ ତଥା ପ୍ରାନ୍ତୀୟ ଅଧିକାରୀ ମାନଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି ଏବଂ ଅନେକ ବିଜେପି ନେତୃତ୍ୱ ଯୋଗଦେଇ ଥିଲେ। ତେବେ, ଉଲ୍ଲେଖନୀୟ କଥା ହେଲା ଏହା ସହିତ ଏହି ସଂଘ ଶିକ୍ଷା ବର୍ଗରେ ସତେ ଯେପରି ଓଡ଼ିଶା ସରକାର ସାମିଲ ଥିଲେ!

ସମାପନ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପ- ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ଭାବି ବାଚସ୍ପତି ସୁରମା ପାଢ଼ୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ, ପୁତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ ପ୍ରମୂଖ, କହିବାକୁ ଗଲେ ପୂରା ଓଡ଼ିଶା ସରକାର ଏହି ସଂଘ ଶିକ୍ଷା ବର୍ଗ ସମାପନ ଉତ୍ସବରେ ସାମିଲ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ମଞ୍ଚ ତଳେ ବସି ରହି ମଞ୍ଚ ଉପରେ ସଂଘ ଅଧିକାରୀ ମାନେ ଦେଇଥିବା ଭାଷଣ ଶୁଣିବା ସହିତ ସ୍ୱୟଂ ସେବକ ମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ପ୍ରକାର ଶାରୀରକ କୌଶଳ ଦେଖିଥିଲେ। ଏହାସହ ଧ୍ୱଜ ପ୍ରଣାମ ଏବଂ ସଂଘ ପ୍ରାର୍ଥନା ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦେଖିଲେ ବିଜେପି ଉପରେ ସଂଘର କେତେ ଯେ ପ୍ରଭାବ ରହିଛି, ତାହା ଅନୁଭବ କରିହେବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles